ଘର ଚାରିକାନ୍ଥ ଭିତରେ ଆବଦ୍ଧ ନରହି ଏବେ ସଶକ୍ତି ହେଉଛନ୍ତି ଗାଁ ଏବଂ ବସ୍ତିର ମହିଳା। ଆତ୍ମନିର୍ଭରଶୀଳ ହେବା ପାଇଁ ନୂଆ ବାଟ ତିଆରି କରିବାରେ ସଫଳ ହୋଇଛନ୍ତି କଟକର ସନ୍ତୋଷୀ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା । ସୌର ଶକ୍ତି ବ୍ୟବହାର କରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ସୋଲାର ପ୍ୟାନେଲରୁ ସୌର ଶକ୍ତି ଦ୍ୱାରା ଚାଳିତ ହେଉଛି ଗୁପଚୁପ୍ , ବିରି ବଟା ମେସିନ। ଏହି ମେସିନ ଦ୍ୱାରା ଖୁବ ସହଜରେ ମହିଳାମାନେ ଗୁପଚୁପ ଓ ବଢି ପ୍ରସ୍ତୁତ କରିପାରୁଛନ୍ତ। ଯାହା ମହିଳାଙ୍କୁ ସ୍ବାବଲମ୍ବୀ କରିପାରିଛି।
ଜଳ ବିଦ୍ୟୁତ୍ ଓ ତାପଜ ବିଦ୍ୟୁତ୍ ସଙ୍କଟଜନକ ସ୍ଥିତିରେ ଥିବାବେଳେ ଅକ୍ଷୟ ଶକ୍ତିର ଉପଯୋଗ ଉପରେ ଜୋର ଦେଉଛନ୍ତି ସରକାର। ଅନ୍ୟ ଶକ୍ତି ଉତ୍ସ ଅପେକ୍ଷା କମ୍ ମୂଲ୍ୟରେ ସୋଲାର ପ୍ୟାନେଲ ମିଳୁଥିବାରୁ ଏହାର ଲୋକପ୍ରିୟତା ବଢିଚାଲିଛି । ମହିଳାମାନେ ଋଣ ଆଣି ଏଭଳି ଏକ ରୋଜଗାର ପନ୍ଥା ଆପଣାଇଛନ୍ତି । ସୌର ଶକ୍ତିର ଉପଯୋଗ କରି ଆତ୍ମନିର୍ଭରଶୀଳ ହେବା ସହ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସନ୍ତୋଷୀ ସ୍ବୟଂସହାୟକ ଗୋଷ୍ଠୀର ମହିଳା ।
ଅଧିକ ପଢନ୍ତୁ ଓଡିଶା ଖବର