ଦୀର୍ଘଦିନ ହେବ ସସ୍ମିତାଙ୍କୁ ବାପଘରୁ ଟଙ୍କା ନେବା ନିମନ୍ତେ ନିର୍ଯାତନା ଦିଆ ଯାଉଥିବା ନେଇ ଅଭିଯୋଗ ହୋଇଛି l ଏ ନେଇ ଶାଶୁଘର ଳୋକଙ୍କ ନାମରେ ମୃତା ସସ୍ମିତାଙ୍କ ବାପା ବସନ୍ତ ଆଳି ଥାନାରେ ଅଭିଯୋଗ କରିଛନ୍ତି l ଥାନା ପକ୍ଷରୁ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ଜଣା ପଡିଛି l
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଯୌତୁକ ପାଇଁ ସସ୍ମିତାଙ୍କୁ ମାରିଦେଲେ ଶାଶୁଘର ଲୋକ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଣୀପୋଖରୀ ଗ୍ରାମରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ତାଙ୍କ ଶାଶୂଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକ l ସୂଚନା ଅନୁଯାୟୀ ଆଳି ଥାନା ଅନ୍ତର୍ଗତ ରାଇସରପୁର ଗ୍ରାମର ବସନ୍ତ ମଲିକଙ୍କ ଝିଅ ସସ୍ମିତା ମଲିକ ରାଣୀପୋଖରୀ ଗ୍ରାମର ରମେଶ ମଲ୍ଲିକଙ୍କ ପୁଅ ସରୋଜଙ୍କୁ ବୈଦିକ ମତେ ବିବାହ କରିଥିଲେ l ବିବାହର କିଛିଦିନ ପରେ ତାଙ୍କ ଝିଅକୁ ଶାଶୁଘର ପକ୍ଷରୁ ଯୌତୁକ ଦାବି କରି ନିର୍ଯାତନା ଦେବା ଆରମ୍ଭ କରିଥିବା ବେଳେ ଅନେକ ଥର ସମାଧାନ ହୋଇଥିଲା କିନ୍ତୁ ଗତ ରାତିରେ ତାଙ୍କ ଝିଅକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ଶାଶୁଘର ଲୋକ l
Download Argus News App
