ମୁଁ ବିକଶିତ ଓଡ଼ିଶାକୁ ଦେଖିବାକୁ ଚାହିଁଛି
ତାରାଙ୍କ ମାନବିକତା, ନିଜ କାମ ଛାଡ଼ି କଲେ ସମାଜସେବା..
ଜୟପୁର: ବିଧାୟକଙ୍କ ମାନବିକତା । ବିଧାୟକ ତାରା ପ୍ରସାଦ ବାହିନୀପତି ବୋରିଗୁମ୍ମା ଯାଉଥିବା ବେଳେ ଏରୋଡ୍ରମ ନିକଟରେ ଏକ ଭ୍ୟାନ୍ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିବାର ଦେଖିଥିଲେ । ଦୁର୍ଘଟଣାରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇ ରାସ୍ତାରେ ପଡିରହିଥିଲେ । ତେବେ ବିଧାୟକ ଆହତଙ୍କୁ ତୁରନ୍ତ ନିଜ ଗାଡିରେ ନେଇ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏପରିକି ତାଙ୍କର ଚିକିତ୍ସା କରାଇବା ଲାଗି ସେ କହିଥିଲେ । ନିଜର କାର୍ଯ୍ୟକ୍ରମକୁ ବାଦ ଦେଇ ସେ ଏଭଳି କାମ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସବୁବେଳେ ନିଜର ବିରୋଧୀମାନଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ରହୁଥିବା ବିଧାୟକ ତାରା ବାହିନୀପତି ଏବେ ଏଭଳି ମଣିଷପଣିଆ ପାଇଁ ଚର୍ଚ୍ଚାରେ ଅଛନ୍ତି ।
Download Argus News App
