୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବାବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ