ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଏଠାରେ ବିଭିନ୍ନ ଅଞ୍ଚଳରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଗତକାଲି ଠାରୁ ଉଦ୍ଧାର ହୋଇଥିବା ଶିବ ଲିଙ୍ଗର ପାଖରେ ପୂଜାର୍ଚ୍ଚନା ଜାରି ରହିଛି । ଏହି ଘଟଣା ପରେ ନୂଆ ଗୁଡ଼ା ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇ ସେହି ସ୍ଥାନଟିକୁ ରାତାରାତି ମନ୍ଦିର ଭଳି ପ୍ରସ୍ତୁତ କରି ଦେଇଛନ୍ତି ।
ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଟେଣ୍ଟ୍, ପଣା ,ପ୍ରସାଦ ବ୍ୟବସ୍ଥା କରିବା ସହିତ ଭଜନ କୀର୍ତ୍ତନରେ କମ୍ପୁଛି ପରିବେଶ । ଶିବ ଲିଙ୍ଗ ଦର୍ଶନ କରିବା ପରେ ଭକ୍ତମାନେ ବେଶ୍ ଶାନ୍ତି ଅନୁଭବ କରିବା ସହ ଗ୍ରାମବାସୀଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି । ସେପଟେ ଯେହେତୁ ବଟ ବୃକ୍ଷ ତଳୁ ଶିବ ଲିଙ୍ଗ ଉଦ୍ଧାର ପରେ ବାବା ବଟେଶ୍ୱର ହିସାବରେ ଆଗାମୀ ଦିନରେ ମହାଦେବ ପୂଜା ପାଇବା ନେଇ ମତ ଦେଇଛନ୍ତି ସ୍ଥାନୀୟ ପୂଜକ ।