୧୫ବର୍ଷୀୟ ଝିଅର କିଡନୀକୁ ପ୍ରତ୍ୟାରୋପଣ କରାଗଲା କଟକ SCBରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ନିକଟରେ। ବ୍ରହ୍ମପୁର ଡିପଲ ସ୍କୁଲର ସିଦ୍ଧି ସମୃଦ୍ଧି ନାମକ ୧୫ ବର୍ଷୀୟ ଝିଅର କିଡନୀ ପାଇଁ ଅନ୍ୟଜଣେ ରୋଗୀଙ୍କ ଜୀବନ ବଞ୍ଚିଗଲା।
ଗତ ଶନିବାର ସିଦ୍ଧି ସମୃଦ୍ଧିଙ୍କ ଦେହ ଅସୁସ୍ଥ ହେଲା। ମୁଣ୍ଡବ୍ୟଥା ବାହାରିବାରୁ ବାପା ମାଆ ପ୍ରଥମେ ବ୍ରହ୍ମପୁରରେ ପ୍ରଥମେ ଚିକିତ୍ସା କଲେ ପରେ ବ୍ରହ୍ମପୁର ନିଦାନରେ ଟେଷ୍ଟ କରାଇଲେ। ଏହାପରେ ସମ୍, ଆପୋଲ ହସ୍ପିଟାଲ ଏବଂ କଟକ ଏସସିବିରେ ଦେଖାଇଲେ। ତେବେ ଡାକ୍ତରମାନେ ବ୍ରେନ ଅଲ୍ଟ୍ରାସାଉଣ୍ଡ କଲା ବେଳେ ବ୍ରେନରେ ଗୁରୁତର ଅସୁବିଧା ରହିଥିଲା। ଚିକିତ୍ସା କରୁଥିବା ଡାକ୍ତର କହିଲେ ଝିଅ ପାଖରେ ମାତ୍ର କିଛି ଘଣ୍ଟା ସମୟ ଅଛି। ଆଉ ବିଳମ୍ବ ନକରି ମାଆ ଡାକ୍ତର ସୁନିତା ପ୍ରଧାନ ଏବଂ ବାପା ସପନ କୁମାର ବିନ୍ଧାଣି ସ୍ଥିର କଲେ ଅର୍ଗାନ ଡୋନେଟ କରିବାକୁ। ବ୍ରେନ ଖରାପ ଥିବାରୁ ଆଖି କିମ୍ବା ଅନ୍ୟ କୌଣସି ଅଙ୍ଗ ଦିଆଯାଇପାରିଲା ନାହିଁ। ତେବେ ସିଦ୍ଧିଙ୍କ କିଡନୀ ଦୁଇ ଜଣଙ୍କ ଠାରେ ପ୍ରତ୍ୟାରୋପଣ କରାଗଲା। ରାଉରକେଲା ଏବଂ କେନ୍ଦ୍ରାପଡାର ଦୁଇଜଣଙ୍କ କ୍ଷେତ୍ରରେ ସିଦ୍ଧିଙ୍କ କୀଡନି ପ୍ରତ୍ୟାରୋପଣ ହୋଇଥିବା ସୂଚନା ମିଳିଛି।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...