Odisha Parba | ଦିଲ୍ଲୀର ଓଡିଆ ପର୍ବରେ ଆହେ ନୀଳ ଶଇଳ ଟିମ୍
ମା'କୁ ପିଟି ପିଟି ହତ୍ୟା କଲା ପୁଅ

ମୟୁରଭଞ୍ଜ: ମାଆକୁ କାଠ ଫାଳିଆରେ ପିଟି ହତ୍ୟା କଲା ଜନ୍ମିତ ସନ୍ତାନ । କରଞ୍ଜିଆ ଥାନା ବାରିଆ ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଜଣେ ପୁଅ ତା ମାଆ କୁ ଏକ କାଠ ଫାଳିଆ ସାହଯ୍ୟରେ ପିଟି ପିଟି ହତ୍ୟା କରିଛି ।
ସୁଚନାମୁତାବକ ବାରିଆ ଗ୍ରାମର ରସବତୀ ନାଏକ ପୁଅବହୁ ସହିତ କୌଣସି କଥାକୁ ନେଇ ଝଗଡା କରୁଥିବା ସମୟରେ ରସବତୀର ବଡ ପୁଅ ବୁଧୁରାମ ନାଏକ ଆସି ମାଆ ର ମୁଣ୍ଡକୁ ଏକ କାଠ ଫାଳିଆ ସାହାଯ୍ୟ ରେ ପିଟି ଦେଇଥିଲା । ଘଟଣାସ୍ଥଳରେ ହିଁରେ ରସବତୀଙ୍କ ମୃତ ଘଟିଥିଲା । କରଞ୍ଜିଆ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ସହ ମାତୃ ହନ୍ତା ପୁଅକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
Download Argus News App
