ସମୀର ଦେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ । ସମୀରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ । ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ । ଓଡ଼ିଶାରେ ବିଜେପିକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି କହିଲେ ମୋହନ
ରାଜ୍ୟ ବାହାର ଧାନ ବେପାରୀଙ୍କ ଉପରେ ସରକାରଙ୍କ କଡ଼ା ନଜର । କମ ଦାମରେ ଧାନ ନ ଦେବାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅପିଲ୍ । କାହା କଥାରେ ପଡ଼ି କମ ଦାମରେ କେଜିଏ ବି ଧାନ କାହାକୁ ଦିଅନ୍ତୁନି । ୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ ବୋଲି କହିଲେ ସମବାୟ ମନ୍ତ୍ରୀ
ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି
କୈଳାସ ଗେହଲଟ ଯିବା ପରେ ଆପ୍ର ପଡ଼ିଲା ଚତୁର୍ଥ ୱିକେଟ । କୈଳାସ ଗେହଲଟଙ୍କ ପୂର୍ବରୁ ୩ ଜଣ ନେତା ଆପ୍ ଛାଡ଼ି ବିଜେପି ଆସିଥିଲେ । ପୂର୍ବତନ ମନ୍ତ୍ରୀ ହରସରନ୍ ସିଂ ବାଲି ପ୍ରଥମେ ଆପ୍ ଛାଡ଼ି ବିଜେପି ଆସିଥିଲେ । ପରେ ପରେ ଗୁରୁମିତ୍ ସିଂ ବାଲି, ରାମନାରାୟଣ ଭରଦ୍ବାଜ ମଧ୍ୟ ଆସିଥିଲେ
OPHWC ବ୍ରହ୍ମପୁର ଡିଭିଜନ୍ DGMଙ୍କ ଘରୁ ମିଳିଲାଣି କେଜିଏ ସୁନା । ରେଡ୍ ଚାଲିଥିବା ବେଳେ ଭିଜିଲାନ୍ସ ଠାବ କଲାଣି କେଜିଏ ସୁନା । OPHWC ବ୍ରହ୍ମପୁର ଡିଭିଜନ୍ DGM ତଥା ଯନ୍ତ୍ରୀ ସୁବାସ ଚନ୍ଦ୍ର ପଣ୍ଡା । ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ଡାକ୍ତର ଗିରଫ । କଳାହାଣ୍ଡି ମେଡିକାଲ କଲେଜର ଡାକ୍ତର ଅଶୋକ ଦାସ ଗିରଫ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍
ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ୍ ଓଙ୍ଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିନିଧି ଟିମ୍ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ
ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମର ମାପଚୁପ ଶେଷ । ସରକାରୀ ପ୍ଲଟରେ ନିର୍ମାଣ ହୋଇଛି ଆଶ୍ରମ ! ସରକାରୀ ଜମିରେ ଆଶ୍ରମ ଥିବା ପ୍ରାଥମିକ ରିର୍ପୋଟରେ ସୂଚନା । ଜିଏର ସହକାରୀ ନିର୍ଦେଶକ ଅମୀୟ ଦାସ ଦେଲେ ସୂଚନା । ସରକାରୀ ପ୍ଲଟରେ ଆଶ୍ରମ ଥିଲେ ଉଚ୍ଛେଦ କରାଯିବ
ରାଜ୍ୟରେ ତଳମୁହାଁ ପାରଦ । ୧୦.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । ୧୨ ଡିଗ୍ରୀ ତଳେ ରହିଛି ରାଜ୍ୟର ୫ ସହର । ଟ୍ବିନ୍ ସିଟିରେ ୧୬ ଡିଗ୍ରୀକୁ ଖସିଲା ପାରଦ