ଅର୍ଦ୍ଧ ଶତାବ୍ଦୀର ସାମ୍ବାଦିକତା ଓ ସ୍ତମ୍ଭ ରଚନା ସମୟ ମଧ୍ୟରେ ତିନି ଦଶନ୍ଧି ଇଂରାଜୀ ଭାଷାରେ ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ଭାଷାରେ ସାଧନା ଜାରି ରଖିଛନ୍ତି ଆର୍ତ୍ତ ମିଶ୍ର । ଯାହାଙ୍କର ରୋକ ଠୋକ୍ ଶବ୍ଦ ଓ ବେସାଲିସ ଆଭିମୁଖ୍ୟ ତାଙ୍କୁ ଜଣେ ପ୍ରଚଣ୍ଡ ରାଷ୍ଟ୍ରବାଦୀ ସ୍ତମ୍ଭକାର ଭାବେ ପରିଚିତ କରାଇଛି । ରାଜ୍ୟସ୍ତରୀୟ ‘ ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି ।
ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଏନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଓଡିଶାର ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଶିଷ୍ଟ ସାହିତ୍ୟିକ ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ସମ୍ପର୍କ ପ୍ରମୁଖ ଆଡଭୋକେଟ ଶ୍ରୀ ସର୍ବେଶ୍ୱର ବେହେରା ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।