ଅଙ୍ଗନୱାଡି କର୍ମୀଙ୍କ ଜରିଆରେ ଯେଉଁ ସବୁ ସରକାରୀ କାର୍ଯ୍ୟ ତ୍ବରାନ୍ବିତ ହେଉଥିଲା ତାହା ବର୍ତ୍ତମାନ ଠପ୍ ହୋଇଯାଇଛି। ଶିଶୁ ମାନଙ୍କ ପଞ୍ଜିକରଣ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ତଦାରଖ ସେମାନଙ୍କୁ ଖାଦ୍ୟ ପ୍ରଦାନ, କୋମଳମତି ଶିଶୁ ମାନଙ୍କ ପ୍ରାକ୍ ଶିକ୍ଷା ଆଦି କାର୍ଯ୍ୟ ବନ୍ଦ ରହିଛି। ସ୍କୁଲ ଯିବା ସମୟରେ ପିଲାଏ ଚକ ଗଡେଇବା , ବାଟି ଖେଳିବା ତଥା ଅନାବନା ଖେଳ କୁଦରେ ସମୟ ବିତାଇବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ଯେପରି କେହି ବାଦ୍ ନ ପଡ଼ନ୍ତି ସେଥିପାଇଁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ସିଡିପିଓଙ୍କ ନିର୍ଦ୍ଦେଶରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ କ୍ଲଷ୍ଟରର ସୁପରଭାଇଜର ମାନଙ୍କ ଜରିଆରେ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ପ୍ରତ୍ୟେକ ପଞ୍ଜୀକୃତ ଗର୍ଭବତୀ , ପ୍ରସୂତୀ ମହିଳା ଓ ଅଙ୍ଗୱାଡ଼ି ଶିଶୁ ମାନଙ୍କୁ ଛତୁଆ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଆଜି ବ୍ରାହ୍ମଣୀଗାଁ କ୍ଲଷ୍ଟରର ସୁପରଭାଇଜର ରୁପିନା ନାୟକ ଘରକୁ ଘର ବୁଲି ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀଙ୍କ ସହାୟତାରେ ଛତୁଆ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। କୋମଳମତି ଶିଶୁଙ୍କ ଭବିଷ୍ୟତ ଓ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଶିଶୁଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିଆଗଲା ପଦେକ୍ଷପ

ଅର୍ଗସ ବ୍ୟୁରୋ: ଘର କୁ ଘର ବୁଲି ଛତୁଆ ବାଣ୍ଟୁଛନ୍ତି ଅଙ୍ଗନୱାଡି ସୁପର ଭାଇଜର। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ କ୍ଲଷ୍ଟରରେ। ରାଜ୍ୟବ୍ୟାପି ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ତାଙ୍କର ଦାବି ପୂରଣ ଲାଗି ଧାରଣାରେ ବସିଥିବା ବେଳେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ଦିନ ହେଲା ବନ୍ଦ ରହିଛି। ଯାହା ଫଳରେ କୋମଳମତି ଶିଶୁ ମାନେ ପ୍ରାକ୍ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ ସମସ୍ୟାରେ ପଡ଼ିଛନ୍ତି।
Download Argus News App
