ରାମାୟଣରେ ଗୁଣ୍ତୁଛି ମୂଷା ପରି ଠିକ୍ ସେହିପରି ତାଙ୍କ ଦ୍ୱାରା ଯୋଗାଡ କରାଯାଇଥିବା ଅର୍ଥ ମଧ୍ୟ ପିଣ୍ଟୁ ନନ୍ଦଙ୍କ ଚିକିତ୍ସାରେ ସହଯୋଗ କରିବ ।
ସେହିଭଳି ମହାରଥୀଙ୍କ ଜ୍ବାଇଁ ତଥା ଅଭିନେତା ଅଦ୍ଧେନ୍ଦୁ ସୁନ୍ଦର ସାହୁ ୧୦ ଲକ୍ଷ ଟଙ୍କା ଦେଇଛନ୍ତି।
ସମସ୍ତଙ୍କ ପାଖରେ ଟଙ୍କା ଅଛି ହେଲେ ଅଦ୍ଧେନ୍ଦୁଙ୍କ ପରି ବିଶାଳ ହୃଦୟ କାହଁ?
ସେ ଯେଉଁ ମହାନତା ଦେଖାଇଛନ୍ତି ନିଶ୍ଚିତ ଭାବେ ତାହା ପ୍ରଶଂସାଯୋଗ୍ୟ। ସାଧାରଣ ଜୀବନରେ ପ୍ରାୟତ ପ୍ରଚାର ପ୍ରସାର ଠାରୁ ଦୂରେଇ ରହି ଆସିଥିବା ଅଦ୍ଧେନ୍ଦୁଙ୍କ ଏ ବଦାନ୍ୟତା ଉଦାହରଣ ସୃଷ୍ଟି କରିଛି । କେବଳ ଅଦ୍ଧେନ୍ଦୁ ନୁହେଁ ପନ୍ନୀ ପଲ୍ଲବୀଙ୍କ ମଧ୍ୟ ସମସ୍ତେ ସାବାସୀ ଦେଇଛନ୍ତି। କେବଳ କଳାକାର ନୁହେଁ ବରଂ ସାଧାରଣ ଲୋକଙ୍କ ଅସୁବିଧାରେ ମଧ୍ୟ ସେ ସାହାର୍ଯ୍ୟ କରି ଆସୁଛନ୍ତି। ସବୁଆଡେ ଅଦ୍ଧେନ୍ଦୁଙ୍କ ଭୁରି ଭୁରି ପ୍ରଶଂସା କରୁଛନ୍ତି ।
ବୁନ୍ଦାଏ ବୁନ୍ଦାଏ ପାଣିରୁ ଯେପରି ମାଠିଆ ପୂର୍ଣ୍ଣ ହୋଇଥାଏ ଠିକ୍ ସେହିପରି ଏମାନେ ସାହାର୍ଯ୍ୟ କରୁଛନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ