ପ୍ରକଳ୍ପର ଟେଣ୍ଡର ହେବାର ୧୧ ମାସ ପରେ ମଧ୍ୟ ଏବେ ସୁଦ୍ଧା ରାଜ୍ୟ ସରକାର ଇଂଚଟିଏ ବି ଜମି ଅଧିଗ୍ରହଣ କରିପାରିନଥିବା ବେଳେ କେନ୍ଦ୍ର ସରକାର କେବେ ରାଜ୍ୟ ସରକାରଙ୍କୁ ଜମି ମାଗିଥିଲେ ତାହା ପ୍ରକାଶ କରନ୍ତୁ ବୋଲି ବିଜେଡିର ସାଂସଦ କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ପୂଜାରି କହିଛନ୍ତି ।
ଶ୍ରୀ ପୂଜାରି କହିଛନ୍ତି ଯେ, ରାଜ୍ୟ ସରକାର ଓ ବିଜୁ ଜନତା ଦଳ କେବେ ନିଜର ଦାୟୀତ୍ୱକୁ ବୁଝିପାରେନାହିଁ । ଯେବେଠାରୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ଅନୁମୋଦନ କରିଲେଣି ସେବେଠାରୁ ରାଜ୍ୟ ସରକାରଙ୍କର ଦାୟୀତ୍ୱ ଆରମ୍ଭ ହୋଇସାରିଲାଣି ଜମି ଅଧିଗ୍ରହଣ ପାଇଁ । ଡିସେମ୍ବର ୩, ୨୦୨୨ରେ ଏହାର ଟେଣ୍ଡର ହୋଇସାରିଛି । ଓଡିଶା ରେଳ ଭିତିଭୂମି ବିକାଶ ଲିମିଟେଡ ଏହି ପ୍ରକଳ୍ପ ପାଇଁ କେତେ ଜମି ଦରକାର ଏହାର ଟେଣ୍ଡର କାଢି ରାଜ୍ୟ ସରକାରଙ୍କୁ ଜଣାଇ ସାରିଛି । ରାଜ୍ୟ ସରକାର ଏବେ ଜମି ଚିହ୍ନଟ ଓ ଅଧିଗ୍ରହଣ କରି ଜମିର ବିବରଣୀ ସେହି କମ୍ପାନୀକୁ ଦେବା ଦରକାର । ଏବେ ରାଜ୍ୟ ସରକାର ଜମି ନଦେବା କାରଣରୁ ପ୍ରକଳ୍ପ କାମ ନଆଗେଇବା ପାରିବା କଥା ଯେତେବଳେ ବିଜେପି ଉଠାଉଛି ସେତେବେଳେ ବିଜୁ ଜନତା ଦଳ ଓଲଟି କାହିଁକି କେନ୍ଦ୍ର ମାଗିଲା ନାହିଁ ବୋଲି କହୁଛି ।
ରାଜ୍ୟର ବିକାଶରେ କଣ ରାଜ୍ୟ ସରକାରଙ୍କର କିଛି ଭୂମିକା ନାହିଁ । ସବୁବେଳେ କେନ୍ଦ୍ରର ଚିଠି ବା ତାଗିଦା ଦରକାର ରାଜ୍ୟ ସରକାରଙ୍କୁ । ଆଗରୁ ରାଜ୍ୟ ସରକାରଙ୍କର ଜଣେ କ୍ୟାବିନେଟ ମନ୍ତ୍ରୀ ଏହି ପ୍ରକଳ୍ପର ଅନୁମୋଦନ ହେବାର ୧୧ ମାସ ପରେ ଅନୁମୋଦନ ମାଗିବା ପାଇଁ ଚିଠି ଲେଖି ଅପଦସ୍ତ ହୋଇଥିଲେ । ଏବେ ରେଳ ମନ୍ତ୍ରୀଙ୍କର ପଦମପୁରବାସୀଙ୍କର ସାମନାରେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେବା ପରେ ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ଲୋକଙ୍କୁ ମୁଁହ ଦେଖାଇବା କଷ୍ଟକର ହୋଇପଡିଛି ବୋଲି ଶ୍ରୀ ପୂଜାରି କହିଛନ୍ତି ।