ସେହିପରି ପଦ୍ମପୁରରେ ପ୍ରତିଶୁତି ପାଳନ ପାଇଁ ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ପଦମପୁର ଯାଇପାରନ୍ତି। ୧୪୭ ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରଣନୀତି କରିବେ। ଗ୍ରାଉଣ୍ଡ ରିପୋର୍ଟକୁ ଆଧାର କରି ଟିକେଟ ଦିଆଯିବ। ଲୋକପ୍ରିୟତା ଅଧିକ ଯାହାର ଅଛି ତାକୁ ଟିକେଟ ଦିଆଯିବ ବୋଲି କହିଛନ୍ତି ସୁଶାନ୍ତ ସିଂହ।
୨୦୨୪ରେ ବିଜେଡିର ମିଶନ ୧୨୫: ସୁଶାନ୍ତ ସିଂହ

ଅର୍ଗସ ବ୍ୟୁରୋ: ପଦମପୁର ଜିତିବା ପରେ ସୁଶାନ୍ତ ସିଂହଙ୍କ ବୟାନ। କହିଲେ ୨୦୨୪ରେ ବିଜେଡିର ମିଶନ ୧୨୫। 147ରୁ 125 ଆସନରେ ଜିତିବ ବିଜେଡି। ପଶ୍ଚିମ ଓଡିଶା ରୁ 36 ଆସନରୁ 30ରୁ ଉର୍ଦ୍ଧ୍ୱ ଆସନରେ ବିଜେଡି ଜିତିବ। 2024ରେ ପୁଣି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିବୁ ବୋଲି ସେ କହିଛନ୍ତି।
Download Argus News App
