ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେ଼ଙ୍କାନାଳ, ମୟୁରଭଂଜ ଓ କେନ୍ଦୁଝର ରେ ହିଟ୍ ୱେବ୍ ନେଇ ୟଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ ରେ ଉଷ୍ମ ରାତି ଅନୁଭୂତ ହେବ। ଏପ୍ରିଲ ୪ ତାରିଖରେ ୮ ଜିଲ୍ଲା ଓ ୫ ଏବଂ ୬ ତାରିଖରେ ୧୦ ଜିଲ୍ଲାରେ ହିଟ୍ ୱେବ୍ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପଶ୍ଚିମ ଓଡ଼ିଶା ର କିଛି ଜିଲ୍ଲାରେ ୪୨ ଡିଗ୍ରୀ ଓ ହିଟ୍ ୱେବ୍ ଜିଲ୍ଲାରେ ୪୦ ରୁ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ।
ଅଧିକ ପଢନ୍ତୁ ଓଡ଼ିଶା ଖବର