ଯେଉଁଥିରେ ଦେଖାଯାଉଛି ମିଳିତ ହୋଇ କଣ୍ଟ୍ରାକ୍ଟରମାନେ କେମିତି ଟେଣ୍ଡର ଫିକ୍ସିଂ କରିବାକୁ ଚଳାଇଛନ୍ତି ଯୋଜନା । କେବଳ ଏ ଭିଡିଓ ନୁହେଁ କେଉଁ ଠିକାଦାର କେତେ ନମ୍ବର କାମ ପାଇବ ଆଉ କେତେ ଟଙ୍କାରେ ଟେଣ୍ଡର ଫିକ୍ସିଂ ହୋଇଛି ତାର ଏକ ଚିଠା ମଧ୍ୟ ଲାଗିଛି ଅର୍ଗସ୍ ହାତରେ । ଗୁରୁବାର ପୂର୍ବାହ୍ନ 11 ଟାରେ ବ୍ଲକ୍ ଟେଣ୍ଡର କମିଟି ଦ୍ୱାରା ଟେଣ୍ଡର ଓପନିଂ ପାଇଁ ସମୟ ସ୍ଥିର ହୋଇଥିବାବେଳେ ତାର ଢେର୍ ପୂର୍ବରୁ ଠିକାଦାରମାନଙ୍କର ନାଁ ଥିଲା ଏ ଲିଷ୍ଟ୍ ଭାଇରାଲ ହେଉଛି । ଏ ନେଇ ଖବର ପ୍ରସାରଣ ପରେ ଦୋଷ ଲୁଚାଇବାକୁ ଚେଷ୍ଟା କରିଛି ଚିତ୍ରକୋଣ୍ଡା ବ୍ଲକ୍ ପ୍ରଶାସନ । ସମସ୍ତ 18ଟି ଟେଣ୍ଡରକୁ ବାତିଲ କରିଦିଆଯାଇଛି ।
ସରକାରୀ କାମ ପାଇଁ ସବୁ କଣ୍ଟ୍ରାକ୍ଟରମାନେ ଟେଣ୍ଡର ପକାଇବା ବଦଳରେ ନିଜ ନିଜ ଭିତରେ ସଲାସୁତୁରା କରିନେଉଛନ୍ତି । ଗୋଟିଏ କାମ ପାଇଁ ଜଣେ କଣ୍ଟ୍ରାକ୍ଟର ହିଁ ଟେଣ୍ଡର ପକାଉଛନ୍ତି । ସେ ହିଁ କାମ ପାଇବା ସୁନିଶ୍ଚିତ । ତେଣୁ ପ୍ରତିବଦଳରେ ଚଞ୍ଚକତାରେ ସାମିଲ ଥିବା ଅନ୍ୟ ଠିକାଦାରଙ୍କୁ ସେ ଦେଉଛନ୍ତି ଟଙ୍କା । ଏହିପରି 12ଟି କାମ ପାଇଁ ଲକ୍ଷାଧିକ ଟଙ୍କାର ଫିକ୍ସିଂ ହୋଇଥିବାବେଳେ ସିରିଏଲ ଅନୁସାରେ କାମ ପାଇଁ କଣ୍ଟ୍ରାକ୍ଟର ନିର୍ଦ୍ଧାରିତ ହୋଇସାରିଥିଲା । ଖବର ସାମ୍ନାକୁ ଆସିବା ପରେ ଟେଣ୍ଡର ସିନା ବାତିଲ ହେଲା, କିନ୍ତୁ କ୍ୟାମେରା ଆଗରେ କିଛି କହୁନାହାନ୍ତି ଚିତ୍ରକୋଣ୍ଡା ବିଡିଓ ।
ଆହୁରି ପଢନ୍ତୁ ଓଡିଶା ଖବର...