ଗତ 25 ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା ଦେଖିବା ମଧ୍ୟ ଅସମ୍ଭବ ଥିଲା। କେବଳ ଟିଭି ପରଦାରେ ନିଜ ମୁଖ୍ୟମନ୍ତ୍ରୀଙ୍କୁ ଦେଖୁଥିଲେ ରାଜ୍ୟବାସୀ। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ କୃତ୍ୟକୃତ୍ୟ ସାଧାରଣ ଜନତା। ଶାସନ ବ୍ୟବସ୍ଥା ଉପରୁ ତୁଟିଥିବା ଭରସା ପୁଣି ଜାଗିଉଠିଛି ଲୋକଙ୍କ ଭିତରେ। ଯେଉଁ ଦୃଶ୍ୟ ଦେଖିବାକୁ ପ୍ରତିଟି ଓଡ଼ିଆ ଦୀର୍ଘବର୍ଷ ଧରି ଅପେକ୍ଷା କରିଥିଲେ, ଆଜି ସେହି ସ୍ବପ୍ନ ପୂରଣ ହେବା ଭଳି ଲାଗୁଛି। ଯେପରିକି ଦିବ୍ୟାଙ୍ଗ କମ୍ପ୍ୟୁଟର ଶିକ୍ଷକ ଅର୍ଜୁନ ନାୟକ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ ଯେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ସାନ୍ତ୍ବନା ଦେବାସହ ନିଜ ହାତରେ ପାଣି ପିଆଇ ଦେଇଥିଲେ। ଗୋଟେପଟେ ବାବୁଗିରିର ବଦନାମ ଦୁନିଆ ଭିତରେ ନିଜକୁ ହଜେଇ ଦେଇଥିବା, ବାରମ୍ବାର ସେମାନଙ୍କ ଦ୍ବାରା ଅପମାନିତ ହେଉଥିବା ମୁଖିଆ । ଆଉ ଗୋଟିଏ ପଟେ ଏବେ ଏବେ 10 ଦିନ ଆଗରୁ ଶପଥ ନେଇଥିବା ସିଏମ୍ । ଆପଣ ନିଜେ ବିଚାର କରନ୍ତୁ । ପ୍ରକୃତ ପକ୍ଷରେ କିଏ ଲୋକଙ୍କ ମୁଖ୍ୟମନ୍ତ୍ରୀ ବା ପିପୁଲ୍ସ ସିଏମ୍।
ଅଧିକ ପଢନ୍ତୁ ଓଡ଼ିଶା ଖବର