ମନ୍ତ୍ରୀ ଆଜି ନିଜ ଜିଲ୍ଲାର କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ମନ୍ତ୍ରୀ ଶିଳ୍ପ ପାଇଁ ଲଲିପପ ଦେଖାଇଛନ୍ତି। ଗଣମାଧ୍ୟମ ଆଗର କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ଉପରେ କହିବା ପରେ ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ବେତଣ୍ଡା ଯୁକ୍ତି କରିଛନ୍ତି ପ୍ରତାପ ଦେବ । ମନ୍ତ୍ରୀ ବିଧାନସଭାରେ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତି ଉପରେ ଉତ୍ତର ରଖି କହିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାରେ 15ଲକ୍ଷ ସାଧାରଣ ଜନତାଙ୍କ ପାଇଁ 13ସହ ନିଯୁକ୍ତି ରହିଛି ।
ଜିଲ୍ଲାରେ ମୋଟ 382ଟି ଖୁଦ୍ର ଶିଳ୍ପ ରହିଛି ବୋଲି କହିଥିବା ବେଳେ ଗ୍ରାଉଣ୍ଡ ଜିରୋ କିନ୍ତୁ ଅଲଗା କହୁଛି । ମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଭୁଲ ଥିବା ନିଜେ ମାନିବା ପ୍ରସଙ୍ଗକୁ କାଉଣ୍ଟର କରି କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା କୁହନ୍ତି ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀ ମାନେ ବିଭିନ୍ନ ସମୟରେ କେନ୍ଦ୍ରାପଡ଼ା ବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଉଥିବା କହିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ