ଗ୍ରାମବାସୀମାନଙ୍କ କହିବାନୁଯାୟୀ ଭାଲୁଟି ବୃଦ୍ଧ ହୋଇଯିବା ସହିତ ତାର ଗୋଡ଼ ଦୁଇଟିରେ ଆଘାତ କାରଣରୁ ଛୋଟେଇ ଚାଲୁଥିଲା। କିନ୍ତୁ ଗତ କାଲି ଭାଲୁଟି ର ମୃତ୍ୟୁ ଘଟିଛି ।ଭାଲୁଟିର ମୃତୁର ସଠିକ କାରଣ ଜଣା ପଡି ନ ଥିବା ବେଳେ ।ଦୁଇ ଭାଲୁ ପରସ୍ପର ମଧ୍ୟରେ ଝଗଡା ଯୋଗୁଁ ଆହତ ହୋଇ ମୃତୁ ହୋଇଥିବା ସୂଚନା ଦେଲେ ଠାକୁରମୁଣ୍ଡା ରେଞ୍ଜର ଆଜି ଭାଲୁଟିର ବ୍ୟବଛେଦ ହେବ ।
ବ୍ୟବଛେଦ ରିପୋର୍ଟ ପରେ ହିଁ ଜଣା ପଡିବ ଭାଲୁଟି କଉ କାରଣରୁ ମଲା । ଏଠି ପ୍ରଶ୍ନ ଉଠେ ଯଦି ଦୁଇ ଭାଲୁ ମଧ୍ୟରେ ଝଗଡା ହେଲା ଅଣ୍ଡିରା ଭାଲୁଟିର ମୃତ୍ୟୁ ହେଲା ତା ହେଲେ ମାଈ ଭାଲୁଟି କୁଆଡେ ଗଲା ତାର ଅବସ୍ଥା କଣ ଏବଂ କଉଠି ଅଛି ସେ ଭାଲୁ ।