ଠାକୁର ଠାକୁରାଣିଙ୍କ ଦୋଳବିମାନ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହୋଇଛି । ସ୍ଥାନାଧିପଡି ମା ଭଗବତୀ ମନ୍ଦିର ରୁ ବିମାନରେ ଏକ ବିରାଟ ପଟୁଆରରେ ବାହାରି ସାହି ସାହିରେ ଭୋଗ ଖାଇଥାନ୍ତି । ମା ଭଗବତୀଙ୍କୁ ବିମାନରେ ଏକ ବିରାଟ ଶୋଭାଯାତ୍ରାରେ ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ଚାଙ୍ଗୁ, ବାଘ ନୃତ୍ୟ,କେଳା କେଳୁଣୀ,ନାଗା ନୃତ୍ୟ, ଷଣ୍ଢ ନୃତ୍ୟ,ଘୋଡା ନୃତ୍ୟ,ପାଇକ ଆଖଡା,ଶିବ ପାର୍ବତୀ କଳ ନୃତ୍ୟ, ପରୀ ନୃତ୍ୟ ସବୁ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଦୋଳମଣ୍ଡପରେ ବିଜେ ହୋଇଛନ୍ତି। ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରି ସ୍ଥାନାଧିପତି ମା ଭଗବତୀ ବିରାଜମାନ କରନ୍ତି ଦୋଳପଡିଆ ଦୋଳମଣ୍ଡପରେ। ହରିବୋଲ ହୁଳହୁଳି ଧ୍ୱନିରେ ଫାଟିପଡୁଛି ମେଳଣ ପଡିଆ।
ବସନ୍ତ ଋତୁର ଏହି ମହାମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେଇଛି ଅଶେଷ ଆନନ୍ଦ। ଦୋଳପଡିଆରେ ଖଚାଖଚ ଭିଡରେ ଭକ୍ତଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରି ଠାକୁରଙ୍କ ଉପରେ ଅବିର ଛିଞ୍ଚି ଠାକୁର ଠାକୁରାଣୀଙ୍କ ନିକଟରେ ଆଶିଷ ଭିକ୍ଷା କରିଛନ୍ତି ଏବଂ ଦୋଳପଡିଆ ରେ ବୁଲାବୁଲି କରି କିଣାକିଣି କରି ମଜାନେଉଛନ୍ତି ।ପ୍ରତିବର୍ଷ ଭଳି ଗୋଳବାଇର ଦଶଦୋଳ ଯାତ୍ରା ସୁରୁଖୁରୁରେ ହେଉ ମା ଭଗବତୀଙ୍କ ନିକଟରେ ପ୍ରାର୍ଥନା।
ଅଧିକ ପଢ଼ନ୍ତୁ ଓଡିଶା ଖବର: