କିଛି ସମୟ ପରେ ଶୁକ୍ଲଙ୍କ କୋଳରୁ ୨ ବର୍ଷର ଝିଅକୁ ଛଡାଇ ଆଣି ବାରମ୍ବାର ତଳେ କଚାଡି କଚାଡି ବିଜୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଝିଅର କାନ୍ଦ ଶୁଣି ଜଣେ ପଡୋଶି ଦୌଡି ଆସି ବିଜୁ ପାଖରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସଙ୍ଗେ ସଙ୍ଗେ ଲଇମୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ହତ୍ୟାକାରୀ ବାପାକୁ ଗ୍ରାମବାସୀ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ଏନେଇ ବିଜୁଙ୍କ ସ୍ତ୍ରୀ ଶୁକ୍ଲ କିସାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବିଜୁଙ୍କୁ ଗିରଫ କରିଛି। ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଦେବଗଡ ଏସଡିପିଓ ସୂଚନା ଦେଇଛନ୍ତି।
ନିଜ ଝିଅକୁ ତଳେ କଚାଡି ମାରିଲା ବାପା

ଅର୍ଗସ ବ୍ୟୁରୋ: ଦେବଗଡ ଜିଲ୍ଲା ଲଇମୁରା ଥାନା ଲମ୍ବଡୁରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି। ସେହି ଗ୍ରାମର ବିଜୁ କିସାନ ନିଜ ୨ ବର୍ଷର ଶିଶୁକନ୍ୟା ନନ୍ଦିନୀକୁ ତଳେ କଚାଡି କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୩ ବର୍ଷ ହେଲା ବିଜୁ ସୁନ୍ଦରଗଡ ଜିଲ୍ଲା କୁଲକୁତା ଗ୍ରାମର ଶୁକ୍ଲଙ୍କୁ ବିବାହ କରିଥିଲା। ମାତ୍ର ଉଭୟଙ୍କ ମଧ୍ୟରେ ବାରମ୍ବାର ବଚସା ଲାଗି ରହୁଥିବାରୁ ଶୁକ୍ଲ ନିଜ ଝିଅକୁ ନେଇ ତାଙ୍କ ମା ଘରେ ରହି ଆସୁଥିଲେ। ମାତ୍ର ଝିଅର ଆଧାରକାର୍ଡ ନେବା ପାଇଁ ଲମ୍ବଡୁରା ଗ୍ରାମକୁ ଆସିଥିବା ବେଳେ ଆଜି ସକାଳୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା।
Download Argus News App
