ନିଆଁ ଘର ସାରା ବ୍ୟାପି ଯାଇଥିବା ବେଳେ ସମସ୍ତେ ଘରୁ ବାହାରି ଆସିଥିଲେ କିନ୍ତୁ ଛୋଟ ପିଲାଟି ଶୋଇଥିବା ଅବସ୍ଥାରେ ନିଆଁ କବଳରେ ଆସିଯାଇଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିନିକା ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।