ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଆଜି ଉଦ୍ୟାନ ବୁଲିଛନ୍ତି ଲୋକେ । ଉଦ୍ୟାନରେ ବିଭିନ୍ନ କିସମର ଫୁଲ ଗଛ ଲାଗିଥିବା ବେଳେ ମନୋରମ ପରିବେଶକୁ ମନ ଭରି ଉପଭୋଗ କରୁଛନ୍ତି ଲୋକେ ।
ସର୍ବସାଧାରଣଙ୍କ ପାଇଁ ଖୋଲିଲା ଲୋକସେବା ଭବନର ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର: ସର୍ବସାଧାରଣଙ୍କ ପାଇଁ ଖୋଲିଲା ଲୋକସେବା ଭବନର ପୁଷ୍ପ ଉଦ୍ୟାନ । ଜାନୁଆରୀ ମାସର ସବୁ ଛୁଟିଦିନ ପୁଷ୍ପ ଉଦ୍ୟାନ ବୁଲିପାରିବେ ଦର୍ଶକ । କେବଳ ଚତୁର୍ଥ ଶନିବାର ଛାଡ଼ି ବାକି ସବୁ ଛୁଟି ଦିନରେ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ଯାଏ ଜନସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ।
Download Argus News App
