ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବାତ୍ୟା କୁ ନେଇ ରାଜସ୍ଵ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଙ୍କ ପ୍ରତିକ୍ରିୟା । ବାତ୍ୟା ର ଗତି ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବାନୁମାନ କରାଯାଉଛି ଭିତର କନିକା ପାର୍ଶ୍ଵ ରେ ହିଟ କରିବ ବାତ୍ୟା । ପାରାଦ୍ୱୀପ ଠାରୁ 280 କିମି ଦୂରରେ ଅଛି । ଧାମରା ଠାରୁ 380 କିମି ଦୂରରେ ଅଛି । ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି । ଆଜି ସକାଳ 8.30 ଠାରୁ ଆସନ୍ତାକାଲି 8.30 ପର୍ଯ୍ୟନ୍ତ ରେଡ ୱାର୍ନିଙ୍ଗ ଜିଲ୍ଲା ରେ ରେନ ଫଳ 7 cm ରୁ 20 cm ବର୍ଷା ହୋଇପାରେ । ଅରେଞ୍ଜ ୱାର୍ଣ୍ଣି ଜୋନ ଜିଲ୍ଲା ରେ ମଧ୍ୟ 7 ରୁ 20 cm ବର୍ଷା ହେବ । ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିଛି । ସମୁଦ୍ର କୁଳ ରୁ ଲୋକେ ସ୍ଥାନାନ୍ତରିତ ହୋଇଗଲେଣି । ସ୍ଥାନାନ୍ତରିତ ପ୍ରକ୍ରିୟା ର ସୂଚନା 11.30 ରେ ଜିଲ୍ଲପାଳ ଦେବେ । ଲୋକେ ପଶୁ ମାନଙ୍କୁ ଘରେ ଦୌଡି ରେ ବନ୍ଧୀକି ଆସୁଛନ୍ତି ସେମାନଙ୍କୁ ନ ବାନ୍ଧୀକି ଗାଁ ର ଉଚ୍ଚ ଜାଗାରେ ସେମାନଙ୍କୁ ଛାଡିବା ପାଇଁ ନିବେଦନ କଲେ ମନ୍ତ୍ରୀ । ଗୋ ଖାଦ୍ୟ ପ୍ରସ୍ତୁତ ଅଛି । ମେଡିକାଲ କୁ ଗର୍ଭବତୀ ମହିଳା ଙ୍କ ସ୍ଥାନାନ୍ତରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି । ଦିଗ ବଦଳିଲେ ପାର୍ଶ୍ଵ ବର୍ତ୍ତୀ ଗାଁ ଓ ବ୍ଲକ ରେ ରିଲିଫ ସେଣ୍ଟର କୁ ଲୋକ ଆଣିବାକୁ ପ୍ରସ୍ତୁତି ଚାଲିଛି । ବାତ୍ୟା ସରିଲେ ରିଲିଫ ସେଣ୍ଟରରୁ ଲୋକଙ୍କୁ ଘରେ ପଂହଁଚାଇବେ ସରକାର । ସହରାଞ୍ଚଳ ର ଜାଗାରେ ପାଣି ପଶିବା ସମ୍ଭାବନା ଅଛି ସେଠି ପାଣି ରିଲିଫ ପାଇଁ ପ୍ରକ୍ରିୟା ଆରମ୍ବ ହୋଇଛି । ସବୁ ଜାଗାର 20 କିମି ଭିତରେ ସାପ କାମୁଡା ଇଞ୍ଜେକ୍ସନ ଗଛିତ ଅଛି । ବାତ୍ୟା ପରେ ଲୋକେ ଫେରିଲେ ଗାଁ ରେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ରେ ବାତ୍ୟା ର ପ୍ରବାବ ବେଶୀ ରହିବ ତେଣୁ ସେହି ଜିଲ୍ଲା ରେ ସ୍ଥାନାନ୍ତରିତ ପ୍ରକ୍ରିୟା ବେଶୀ ହେବ । 300 ରେସକ୍ୟୁ ଟିମ ର ସହଯୋଗ ସହ ଭୋଜନ ର ବ୍ୟବସ୍ଥା କରିବେ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ କୁ ଅଧିକୃତ କରାଯାଇଛି ସମସ୍ତ ପ୍ରସ୍ତୁତି କରିବେ । ପାୱାର କଟ ର କୌଣସି ସୂଚନା ନାହିଁ । ନିକର ବର୍ତ୍ତୀ ଜିଲ୍ଲା ରୁ ଡେପୁଟେସନ ରେ ପ୍ରଭାବିତ ଜିଲ୍ଲା କୁ ଡାକ୍ତର ପଠାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଓଡ଼ିଶା ମୁଁହା ହୋଇଥିବା ବାତ୍ୟା ଦାନା ଲ୍ୟାଣ୍ଡ ଫଲ ପାଇଁ କିଛି ସମୟ ବାକି। ସମ୍ପୃକ୍ତ ଜିଲ୍ଲାରେ ଥିବା ଜିଲ୍ଲପାଳ ଓ ବରିଷ୍ଠ IAS ଙ୍କୁ ଜିଲ୍ଲା କୁ ପଠା ଯାଇଛି। ଆଜି vc ମାଧ୍ୟମ ରେ କଥା ହୋଇ ସନ୍ତୋଷ ଜନକ ରିପୋର୍ଟ ଆସିଛି। 11 ଜିଲ୍ଲା କ୍ଷତି ହେବ ଉକ୍ତ ଜିଲ୍ଲାର 38 ବ୍ଲକ ର 1653 ପଞ୍ଚାୟତ ଓ 9 ପୌରାଞ୍ଚଳ ରେ 3 ଲକ୍ଷ 62 ହଜାର କୋକଙ୍କୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ସୁଦ୍ଧା 3 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି।
ଗାଈଗୋରୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି। ସ୍ଥାନାନ୍ତରିତ କରିବା ବଡ଼ କାର୍ଯ୍ୟ ଥିଲା। ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତିର ଆଉ କିଛି ସମୟ ମଧ୍ୟ ରେ ସରିବ। 7285 ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। 842 ଟି ବହୁ ମୁଖି, 6043 ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। 2 ହଜାର 338 ଗର୍ଭବତୀ ଙ୍କୁ ମେଡିକାଲ ସ୍ଥାନାନ୍ତିର ହୋଇଛି। ବାତ୍ୟା ମୁକାବିଲା ପାଇଁ NDRF 19,ଓଡ୍ରାଫ 51,ଅଗ୍ନିଶମ 220 ଓ 158 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି।
ଗାଁ ରେ ପୋଲିସ ପାଟ୍ରୋଲିଙ୍ଗ ହେଉଛି। ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି। ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି। ବାତ୍ୟା ଲ୍ୟାଣ୍ଡ ପଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ଅଛି। 11 ଟି ଜିଲ୍ଲାକୁ ସଚିବ ସ୍ତରୀୟ IAS ମାନେ ପ୍ରଭାବିତ ଜିଲ୍ଲାର ଗାଁ କୁ ଯାଇ ତଦାରଖ କରୁଛନ୍ତି। କେନ୍ଦ୍ର ର ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ପ୍ରସ୍ତୁତ ଅଛି। କେନ୍ଦ୍ର କ୍ୟାବିନେଟ ବସିଥିଲା ପ୍ରଧାନମନ୍ତ୍ରୀ ବାତ୍ୟା ଦନାକୁ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯାହା ଆବଶ୍ୟକ ତୁରନ୍ତ ଯୋଗାଇଦେବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ନେଇ ଆସିଲା ବଡ ଅପଡେଟ୍ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତ୍ତମାନ ବାତ୍ୟା ପାରାଦ୍ୱୀପ ଠାରୁ କିମି ଦୂରରେ ବାତ୍ୟା। ଆଜି ରାତି କିମ୍ବା ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି । ତେବେ ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି।ଅନ୍ୟପଟେ 1ରୁ 2 ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବାର ମଧ୍ୟ ସମ୍ଭାବନା ରହିଛି । ବିଶେଷକରି କେନ୍ଦ୍ରାପଡା ଏହଂ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ । ଏହି ଜିଲ୍ଲାଗୁଡିକର ନଦୀରେ ମଧ୍ୟ ଜୁଆର ଆସିପାରେ । ଧାମରା ଠାରୁ ୨୧୦ କିମି ଦୂରରେ ରହିଛି ବାତ୍ୟା। ଆଜି ରାତିରୁ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: