ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ପରିସରରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକୁ ହଟାଇ ଦିଆଯାଇଛି । ଗତକାଲି ସନ୍ଧ୍ୟା ଓ ଆଜି ଭିତରେ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର, ବ୍ୟାନର ହଟାଇ ଦିଆଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବୌଦ୍ଧ: ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବୌଦ୍ଧରେ ହଟିଲା ହୋର୍ଡିଂ । ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋଡ଼ିଂ, ଲିଫଲେଟ୍ସ, ପୋଷ୍ଟର, ବ୍ୟାନର, ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ପରିସରରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକୁ ହଟାଇ ଦିଆଯାଇଛି । ଗତକାଲି ସନ୍ଧ୍ୟା ଓ ଆଜି ଭିତରେ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର, ବ୍ୟାନର ହଟାଇ ଦିଆଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ମହାନଦୀକୁ ନେଇ ବିଜେଡି ସରକାର ବିରୋଧରେ ସମ୍ବଲପୁର ବିଜେପିର ଚାର୍ଜସିଟ୍...ଭୋଟ ପାଇବାକୁ ମହାନାଟକ କଲା ଶାସକ ଦଳ।.ମହାନଦୀକୁ ମା' କହି କଲେ ସାବତ ମା' ପରି ବ୍ୟବହାର...ମା' ଆଖିରେ ଲୁହ, ପାଣି ପାଲଟିଛି ବିଷ...କୁଆଡ଼େ ଗଲା 7ଟି ବ୍ୟାରେଜ୍ ଘୋଷଣା। ପଦ୍ମ ଦଳର ପ୍ରଶ୍ନ, କାହିଁକି ଛତଶଗଡ଼ ବୁଲିବାକୁ ଯାଇଥିଲେ ବିଜେଡି ନେତା...
25 ବର୍ଷର ସରକାର ମହାନଦୀକୁ କିପରି ଅବହେଳା କରିଛନ୍ତି ତାର ହିସାବ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଛି ସମ୍ବଲପୁର ବିଜେପି। ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି ମହାନଦୀକୁ ନେଇ ବିଜେଡି ସରକାର କେବଳ ରାଜନୀତି କରିଛନ୍ତି। ଛତିଶଗଡକୁ ବୁଲିବାକୁ ଗଲେ ବିଜେଡି ନେତା ହେଲେ ମହାନଦୀକୁ ଏବେ ମା ନୁହେଁ ବରଂ ଡାହାଣୀ ସଜାଇଛି ବୋଲି କହିଛି ବିଜେପି। ମହାନଦୀ ପାଣି କଳକାରଖାନାର ଦୁଷିତ ପାଣି ମିଶିବା ପରେ ଏହା ଆଉ ପିଇବା ଉପଯୋଗୀ ହୋଇ ରହିନାହିଁ ବିଷ ପାଲଟିଛି ବୋଲି କହିଛି ବିଜେପି।
ମହାନଦୀ ତଳମୁଣ୍ଡରେ 7ଟି ବ୍ୟାରେଜ କରିବେ ବୋଲି କହିଥିଲେ ରାଜ୍ୟ ସରକାର। ଏ ହେଉଛି ପ୍ରସ୍ତାବିତ 7 ବ୍ୟାରେଜର ହିସାବ। ସେତେବେଳର ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସଚିବ ପ୍ରଦୀପ ଜେନା କରିଥିଲେ ସାମ୍ବାଦିକ ସମ୍ମିଳନୀ । ହେଲେ 6 ବର୍ଷ ଭିତରେ ଗୋଟିଏ ବି ସ୍ଥାନରେ ବ୍ୟାରେଜ ତ ଦୁର କଥା ବରଂ ଇଟା ଖଣ୍ଡେ ପଡିନାହିଁ। ପ୍ରଥମେ କହିଲେ ଛତିଶଗଡ 100 ବ୍ୟାରେଜ କଲେ ବି ଓଡିଶାରେ କିଛି ପ୍ରଭାବ ପଡିବ ନାହିଁ। ପରେ ଛତିଶଗଡର ଦୋଷ ଦେଇ ଏବେ ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି ସରକାର।
ଗୋଟିଏ ପଟେ ଖରାଦିନେ ମହାନଦୀର ଶର୍ଯ୍ୟା ଶୁଖିଲା ପଡିଥିବା ବେଳେ ଯେଉଁଠି ମୁନ୍ଦେ କି ଧାରେ ପାଣି ଅଛି ତାହା ବି ବିଷାକ୍ତ ହୋଇଛି। ପ୍ରଦୁଷଣର ମାତ୍ରା ଏତେ ବଢିଛି ଯେ ବିଭାଗ ଏହାକୁ ସି ଗ୍ରେଡ ଦେଇଛି। ମହାନଦୀକୁ ମା କହିଥିଲେ ମୁଖ୍ୟମନ୍ତ୍ରୀ। ମା ର ସୁରକ୍ଷା ପାଇଁ ରାଜ୍ୟବାସୀଙ୍କୁ ଅଭୟବାଣୀ ଦେଇଥିଲେ.। ହେଲେ ନିର୍ବାଚନ ପରେ ନିଜ କଥା ନିଜେ ଭୁଲିଗଲେ। ମହାନଦୀ ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। ମାତ୍ର ନିଜ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ବିଜେଡି ସରକାର। ହେଲେ ଟ୍ରିବ୍ୟୁନାଲ ଗଠନ ପାଇଁ ଜିଦ ଧରିଥିଲେ ସରକାର। ଟ୍ରିବ୍ୟୁନାଲ ଗଠନ ହେବାର 6 ବର୍ଷ ବିତିଲାଣି। କିନ୍ତୁ ଆଜି ଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିଲାନି। ବରଂ ମହାନଦୀ କୂଳିଆ ଲୋକଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଡ଼ହ ଡ଼ହ ଖରା ପାଦ ଠୁ ମୁଣ୍ଡ ତାତିରେ ଶିଝି ଯାଉଛି । ହେଲେ ଖରା ଠୁ ଅଧିକ ଯନ୍ତ୍ରଣା ଦେଉଛି ଜଗା ଦର୍ଶନ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର ସମ୍ମୁଖର । ଗୋଟିଏ ଦ୍ଵାର ପ୍ରବେଶ ଯୋଗୁଁ ସନ୍ତୁଳୀ ହେଉଛନ୍ତି ଭକ୍ତ । ପ୍ରଚଣ୍ଡ ଖରାରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଟ ଲଗାଇବା ସହ କାର୍ପେଟ ବିଛାଇ କାମ ସାରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ଏଭଳି ଆଖି ଦୃଶିଆ ପଦକ୍ଷେପ ବି ଜଗା ଦର୍ଶନ ଯନ୍ତ୍ରଣା କମାଇ ପାରିନି ।
ଭକ୍ତଙ୍କ ଭାବାବେଶ ଠାରୁ ସରକାରଙ୍କ ଜିଦ ବଳି ଯାଇଥିବା ବେଳେ ଚାରିଦ୍ବାର ଖୋଲିବାକୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ ପୁରୀରେ ନିର୍ବାଚନ ପ୍ରଚାର ବେଳେ ୪ ଦ୍ବାର ଖାଲା ପ୍ରସଙ୍ଗକୁ ମୁଦ୍ଦା କରିଛି ବିଜେପି । ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଢ଼ଙ୍ଗୀ ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ସଂସଦରେ କଥା ଉଠିବ ବୋଲି କହିଛନ୍ତି ସମ୍ବିତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ଭକ୍ତ ହନ୍ତ ସନ୍ତ ହେବା ପରେ ମଧ୍ୟ ୪ ଦ୍ବାର ଖୋଲା ନ ହେବା କିଛି ଜଗନ୍ନାଥ ବିରୋଧୀ ଲୋକଙ୍କ ଷଡଯନ୍ତ୍ର କହି ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଖରାରେ ଶ୍ରଦ୍ଧାଳୁଙ୍କ ଲାମ୍ବା ଲାଇନ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଅବ୍ୟବସ୍ଥା କହିବା ସହ ଅନ୍ୟ 3 ଦ୍ବାର ବନ୍ଦ କରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି । ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ ଯେତେ ଡହଳ ବିକଳ ହେଲେ ମଧ୍ୟ ନିଜ ଅଂହକାରରେ ଅଟଳ ରାଜ୍ୟ ସରକାର । କେବେ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ବାର ଫିଟାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।
ଅର୍ଗସ ବ୍ୟୁରୋ : ବେଙ୍ଗଲ ମୁହାଁ ଓଡ଼ିଶା ରାଜନୀତି । ଭଦ୍ରକରେ ସୀମା ଟପିଲା ବିଜେଡିର ବର୍ବରତା । ଯାହା ଇତିହାସରେ ବର୍ଣ୍ଣିତ ମଧ୍ୟଯୁଗୀୟ ବର୍ବରତାର ସ୍ମରଣ କରାଇଛି । ଭଦ୍ରକ ଜିଲ୍ଲା ପିରହାଟ ଥାନା ସାଲପୁରରେ ଗାଁରେ ଦେଖିବାକୁ ମିଳିଛି ଏପରି ତାଲିବାନୀ ମାନସିକତା । ପିଲରରେ ବନ୍ଧା ହୋଇଥିବା ବାଇଧର ମାଝିଙ୍କର ଭୁଲ ଏଇଆ ଯେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ । ସେଥିପାଇଁ ଗାଁରେ ଥିବା ବିଜେଡିର ସମର୍ଥକ ସଂଘବଦ୍ଧ ଭାବେ ବାଇଧରଙ୍କୁ ମାଡ଼ମାରି ଏଠାରେ ବାନ୍ଧି ଦେଇଥିଲେ । ଏକଥା ଜଣିବା ପରେ ବାଇଧରଙ୍କ ସ୍ତ୍ରୀ ଝରଣା ମାଝି ଉଦ୍ଧାର କରିବାକୁ ଆସିଥିଲେ ।
ତେବେ ବିଜେଡି ସମର୍ଥକ ତାଙ୍କୁ ବି ଛାଡ଼ିନଥିଲେ । ମାଡ଼ ମାରିବା ସହ ଝରଣାଙ୍କ ଶୀଢୀ ଚିରିଦେଇଥିବା ଅଭିଯୋଗ କରିଛନ୍ତି ନିଜ ଝରଣା । ପୋଲିସକୁ ଖବର ପାଇଁ ଆସି ଉଭୟଙ୍କୁ ଉଦ୍ଧାର କରିଥିଲା । ଏ ନେଇ ଶୁକ୍ରବାର ଝରଣା ମାଝି ପୀରହାଟ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ୫ ମହିଳାଙ୍କ ସମେତ ୧୮ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ପ୍ରଶ୍ନ ଉଠୁଛି ଯେଉଁ ଦଳ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ବକୁ ସାମିଲ ପାଇଁ ଓକିଲାତି କରୁଛି ଏହାକି ସେହି ଦଳର ଆଚରଣ । ଏହିପରି ନିଜ କର୍ମୀଙ୍କୁ ଭଦ୍ର ଓ ନମ୍ରତାର ପାଠ ପଢାଇଥିଲେ ବିଜେଡି ସୁପ୍ରିମୋ ? ଭଦ୍ରକ ପୀରହାଟର ଏହି ଘଟଣା ବିଜେଡି ତଥା ନବୀନଙ୍କ ଦୋମୁହାଁ ଚରିତ୍ର ସାମ୍ନାକୁ ଆଣିଛି । ଥାନାରେ ଅଭିଯୋଗର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏଯାଏ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ ? ନା ବିଜେଡି ସମର୍ଥକ ବୋଲି ସାହସ ଜୁଟାଇ ପାରୁନି ପୋଲିସ ?