ସୂଚନାନୁଯାଯୀ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଲେଖନପୁର ଗ୍ରାମର ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କ ଘରେ ଚାଲିଥିଲା ବାଣ ଭିଡା କାମ । ଏହି ସମୟରେ ହଠାତ୍ କୌଣସି କାରଣରୁ ବାଣରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବାଣ ଭିଡା ହେଉଖିବା ଘର ର ଆଜବେସ୍ଟସ ସମ୍ପୂର୍ଣ୍ଣ ବିକ୍ଷିପ୍ତ ହୋଇ ଏଣେତେଣେ ପଡିଥିବା ବେଳେ ବାରୁଦ ନିଆଁ ଛିଟିକି ଆଖପାଖର ଚାରି ପାଚଂଟି ପାଳଗଦା ରେ ନିଆଁ ଲାଗିବା ସହିତ ଝାଟି ରେ ନିଆଁ ଲାଗିଥିଲା।
ତେବେ ବିସ୍ଫୋରଣ ର ଗୌରାଙ୍ଗ ଅଧା ହୋଇ ପୋଡି ହୋଇ ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଛନ୍ତି। ଏବଂ ଜଣେ କୁନି ଝିଅ ଏହି ବିସ୍ଫୋରଣ ରେ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି। ତେବେ ଘଟଣା ସମ୍ପର୍କରେ ଗ୍ରାମବାସୀ ମୁହଁ ଖୋଲିବାକୁ ପ୍ରସ୍ତୁତ ନଥିବା ବେଳେ ଘଟଣାସ୍ଥଳରେ ଖବର ପାଇ ବାଘମାରୀ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ବେଗୁନିଆ ଓ ବାଙ୍କି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି । ତେବେ ଲେଖନପୁର ଗ୍ରାମରେ ବାରମ୍ବାର ବାଣ ବିସ୍ଫୋରଣ ଘଟୁଥିବା ପ୍ରଶାସନିକ ସ୍ତରରେ ଚେତା ପସୁନି। ଆଜି ବାଣ ବିସ୍ଫୋରଣ ରେ ଦାୟୀ କିଏ? ଯାହା ସାଧାରଣ ରେ ପ୍ରଶ୍ନ ଉଠିଥିବା ବେଳେ କାହିଁକି ଏପରି ବାରମ୍ବାର ବାଣ ବିସ୍ଫୋରଣ ଘଟୁଥିଲେ ସୁଦ୍ଧା ସ୍ଥାନୀୟ ପୋଲିସ ପ୍ରସାସନ ଏବଂ ଜିଲ୍ଲା ପ୍ରଶାସନ ନିରବ ଦଷ୍ଟା ପାଲଟିଛି ତାଙ୍କୁ ନେଇ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି। ସେପଟେ ବିସ୍ଫୋରଣ ବିଷୟରେ ପୋଲିସ ମୁହଁ ଖୋଲୁନଥିବା ବେଳେ ସାଇଣ୍ଟିଫିକ ଟିମ୍ ଦ୍ବାରା ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଓଡିଶା ଖବର