ତଦନ୍ତ ରିପୋର୍ଟ ୫ ଦିନ ମଧ୍ୟରେ ଦେବାପାଇଁ ନିର୍ଦ୍ଦେଶ ଦେଇଛି ଏନସିପିସିଆର । କେଉଁ ସ୍ଥିତିରେ ସ୍କୁଲରେ ଯୌନ କେଳେଙ୍କାରୀ ଚାଲିଥିଲା ? ବଲାଙ୍ଗିର ଏସପିଙ୍କୁ ଏମିତି ପ୍ରଶ୍ନ ପଚାରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ମାମଲାକୁ ନେଇ NCPCRଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କଳିଙ୍ଗ ରାଇଟସ ଫୋରମ୍ । ପୂର୍ବରୁ ଉଦବେଗ ପ୍ରକାଶ କରିଥିଲେ ଜାତୀୟ ମହିଳା କମିଶନ ।
ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ସ୍କୁଲକୁ ବରାବର ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଉଭୟ ଝିଅ ଓ ପୁଅଙ୍କୁ ଯୌନଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ପୃଥକ କୋଠରୀରେ ଗୋବିନ୍ଦ ସାହୁର ଯୌନ କେଳେଙ୍କାରୀ ଚାଲିଥିବା ଅଭିଯୋଗ । ଖାସକରି ପରୀକ୍ଷାରେ ଭଲ ମାର୍କ ଦେବାକୁ ପ୍ରଲୋଭିତ କରୁଥିଲା ଗୋବିନ୍ଦ ।