ଘଣ୍ଟଘଣ୍ଟା ସାଙ୍ଗକୁ ନାମ ସଂକୀର୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ପରିଵେଶ ଏହା ସାଙ୍ଗକୁ ବାହୁ ଦୂର ଦୂଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ନୁଆ ଲୁଗାକୁ ରାସ୍ତା ଉପାରେ ପକେଇ ଥାଆନ୍ତି ସେଇ ଲୁଗା ଉପରେ ଦେଇ ଭକ୍ତଙ୍କ କାନ୍ଧରେ ଆସିଥାନ୍ତି ମାଙ୍କ ମୃଣ୍ମୟୀ ମୃତ୍ତି । ବିଶ୍ବାସ ରହିଛି ସେଇ ଲୁଗା ପରିଧାନ କଲେ ପାରିବାର ଶାନ୍ତିରେ ରହିବା ସହିତ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।ଆଠଗଡ଼ ନାବେଢ଼ା ଅଞ୍ଚଳର ଗୁରୁଡିଝାଟିଆ ଗାଁର ବାସନ୍ତୀ ଦୁର୍ଗାପୂଜା ଯାତ୍ରାର ରହିଛି ଅନେକ ଖ୍ୟାତି ରହିଛି । ମା ହେଉଛନ୍ତି ସାକ୍ଷାତ ଅଗ୍ନିଦେବୀ ।
ଭକ୍ତିର ସହ ମାଙ୍କୁ ଆରାଧନା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଧୁମଧାମ ରେ ବାସନ୍ତୀ ଦୁର୍ଗା ଯାତ୍ରା ଆରମ୍ଭ ହୋଇଛି ।ଚଳିତ ବର୍ଷ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି ମା ବାସନ୍ତୀ ଦୁର୍ଗା ପୂଜାର ଭସାଣୀ ପର୍ବ ।୫ ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ପାରମ୍ପରିକ ଯାତ୍ରା ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ