ରୋଗଗ୍ରସ୍ତ ୭୦ରୁ ଅଧିକ ଲୋକଙ୍କୁ ଢେଙ୍କାନାଳ, ମେରାମଣ୍ଡଳି, ଅନୁଗୁଳ ଆଦି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ କଥା ହେଲା, ଏ ଗାଁ ହେଉଛି ଢେଙ୍କାନାଳ ସଦରରୁ ବିଧାୟକ ସୁଧୀର ସାମଲଙ୍କ ଗାଁ । ନିଜ ଦଳର ୨୪ ବର୍ଷର ସ୍ଥିର ଶାସନ ପରେ ବି ବିଜେଡି ବିଧାୟକଙ୍କ ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରିଲାନି ମୁନ୍ଦେ ଶୁଦ୍ଧ ପିଇବା ପାଣି । ଢେଙ୍କାନାଳରେ ନଈ ପାଣି ପିଉଛନ୍ତି ଲୋକେ, ଅନ୍ୟପଟେ ପାଣି ପାଇଁ ଗଞ୍ଜାମରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି ମହିଳା। ପୁରୁଷୋତ୍ତମପୁର ଭୁତସରସିଙ୍ଗି ପଞ୍ଚାୟତ ଦାସିଆମାରିପଲ୍ଲୀ ଗାଁରେ ପାଣି ପାଇଁ ଇଏ ମହିଳାଙ୍କ ଆନ୍ଦୋଳନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପାନୀୟ ଜଳର ସୁବିଧା କରିବାକୁ ଲୋକେ ଦୀର୍ଘ ଦିନ ହେଲା ଦାବି କରୁଛନ୍ତି। ସମାଧାନ ନ ହେବାରୁ ବାଧ୍ୟ ହୋଇ ସକାଳୁ ପୁରୁଷୋତ୍ତମପୁର- ଆସିକା ରାଜ୍ୟ ରାଜପଥରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି । ସେପଟେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ବାବେଘାଟୀ ଗାଁରେ ପାଣି ପାଇଁ ହାହାକାର । ଗାଁରେ ୮ଟି ନଳକୂଅ ଥିବା ବେଳେ, ଗୋଟିଏ ଅଚଳ ହୋଇପଡ଼ିଛି । ଅନ୍ୟ ସବୁଥିରୁ ଫ୍ଲୋରାଇଡ୍ ପାଣି ବାହାରୁଛି । ଯାହାକୁ ପିଇ ରୋଗରେ ପଡୁଛନ୍ତି ଲୋକେ । ଗାଁରେ ପାଇପ୍ ବିଛା ଯାଇଛି ହେଲେ ଏଯାଏଁ ପାଣି ସଂଯୋଗ ହୋଇ ପାରିନାହିଁ ।