ସାମଗ୍ରୀ-
କଖାରୁ- ୧ ଗ୍ରାମ୍
ଦେଶୀଆଳୁ-୨୫୦ ଗ୍ରାମ
କନ୍ଦମୂଳ-୨୫୦ ଗ୍ରାମ
କଦଳୀ- ୩ଟା
ପୋଟଳ-୨୫୦ ଗ୍ରାମ
କାଙ୍କଡ-୨୫୦ ଗ୍ରାମ
ନଡିଆ- ୨ଟା(କୋରା ହୋଇଥିବା)
ଘିଅ- ୭୫ ଗ୍ରାମ
ଗୋଟା ସୋଲା-୫୦ ଗ୍ରାମ
ମସଲା- ଜିରା-୨୦ ଗ୍ରାମ
ଅଳେଇଚ-୧୦ଗ୍ରାମ
ଗୋଲ ମରିଚ-୧୦ ଗ୍ରାମ
ଡାଲଚିନି-୧୦ ଗ୍ରାମ
ଲବଙ୍ଗ-୩ ଗ୍ରାମ
ଚିନି-୨୫ ଗ୍ରାମ
ଫୁଟଣ,ସୋରିଷ, ମଧୁରୀ, ଜିରା (ଆବଶ୍ୟକତା ଅନୁସାରେ)
ଲୁଣ, ହଳଦୀ ଆବଶ୍ୟକତା ଅନୁସାରେ
ପ୍ରସ୍ତୁତି ପ୍ରଣାଳି- ପ୍ରଥମେ କଖାରୁ ଆଦି ସମସ୍ତ ପରିବାକୁ ଛୋଟ ଛୋଟ ଆକାରରେ କାଟି ଦିଆଯାଏ। ତାପରେ ସମସ୍ତ ମସଲାକୁ ଭଲଭାବରେ ବାଟି ଦିଅନ୍ତୁ। ଚୂଲି ଲଗାଇ ପ୍ରଥମେ କୁଡୁଆରେ କଖାରୁ ତାପରେ କନ୍ଦମୂଳ, ଦେଶୀଆଳୁ, ଚିନି , ବଟାହୋଇଥିବା ମସଲା, ନଡିଆ, ସୋଲାବୁଟ , ହଳଦୀ, ଲୁଣ(ଆବଶ୍ୟକତା ଅନୁସାରେ) ଆଦି ପରସ୍ତ ପରସ୍ତ କରି ଗୋଟିଏ ପରେ ଗୋଟିଏ ପକାଯାଏ। ତାପରେ କଦଳୀ, ପୋଟଳ, କାଙ୍କଡ ପୁଣି କଖାରୁ ଦେଇ ଚୂଲିରେ ଏହି କୁଡୁଆକୁ ବସାଯାଏ। କିଛି ସମୟ ପରେ ପରିବା ଦବି ଗଲାପରେ ଅଳ୍ପ ପାଣି ଦିଆଯାଇଥାଏ। ସମସ୍ତ ପରିବା ସିଝି ମହୁର ହୋଇଗଲାପରେ ଚୂଲିରୁ ତଳକୁ ଓହ୍ଲାଇ ଆଣି ଘିଅ ଦେଇ ଫୁଟଣ ବଘରା କରାଯାଇଥାଏ। ଏବେ ପ୍ରସ୍ତୁତ ହୋଇଗଲା କାଳିଆର ଅତି ସୁଆଦିଆ ବ୍ୟଞ୍ଜନ ମହୁର। ଏବେ ଏହାକୁ ନିଜ ଘରେ ମଧ୍ୟ ପ୍ରସ୍ତୁତ କରି ଘରେ ପୂଜା କରୁଥିବା କାଳିଆ ପାଖେ ପ୍ରସାଦ ଲଗାଇପାରିବେ।