କେବେ ହେବ ବିକାଶ ? କେବେ ପ୍ରଶାସନ ଅଞ୍ଚଳ ବାସୀଙ୍କ ଦୁଃଖ ଦୂର କରିବ? ଦୀର୍ଘ ଅଠର ବର୍ଷ ବିପଦରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସମସ୍ୟା ଦୂର ହେବ ତ? ଏହି ଭଳି କିଛି ପ୍ରଶ୍ନ ସହିତ ଅଞ୍ଚଳ ବାସି ସିଧା ସିଧା ନିଆଳି ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ମହୋତ୍ସବ କରି ଲକ୍ଷ୍ ଲକ୍ଷ ଟଙ୍କା ଗୀତ ନାଚରେ ଖର୍ଚ୍ଚ କରିବା ଅପେକ୍ଷା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଲୋକେ କରିଛନ୍ତି ଅନୁରୋଧ । ସ୍କୁଲ ଗାଡ଼ି, ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଏହି ରାସ୍ତାରେ ଗମନାଗମନ କରିବା ପାଇଁ ବିଶେଷ ଅସୁବିଧା ହେଉଛି।
ପୋଲ କାର୍ଯ୍ୟ ସମୂର୍ଣ୍ଣ ସହ ନିହାତି ସଂଯୋଗୀକରଣ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି। ଅଞ୍ଚଳବାସିଙ୍କ ସମସ୍ୟାକୁ କେତେ ଗୁରୁତର ସହ ନେଇ ସରକାର ତାହାର ସମାଧାନ କରୁଛନ୍ତି ଦେଖିବାକୁ ବାକି ରହିଲା ।
ଅଧକ ପଢ଼ନ୍ତୁ ଓଡ଼ିଶା ଖବର