ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶନି ମନ୍ଦିରକୁ ପଶିଗଲା ଟ୍ୟାଙ୍କର । ଭାରସାମ୍ୟ ହରାଇ ମନ୍ଦିର ଭିତରକୁ ପଶିଗଲା । ଭୋର ୫ଟାରେ ଶନି ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଆସିଥିଲେ । ପ୍ରଥମେ ମହାଦେବ ମନ୍ଦିର ଯାଇ ବାବାଙ୍କ ଦର୍ଶନ କରି ଫେରୁଥିଲେ । ଆଉ ମାତ୍ର କେଇ ସେକେଣ୍ଡ ଭିତରେ ଶନି ମନ୍ଦିର ଖୋଲି ପୂଜାର୍ଚ୍ଚନା କରିଥାନ୍ତେ । ହଠାତ ଶନି ମନ୍ଦିରକୁ ପଶିଗଲା ଟ୍ୟାଙ୍କର । କେହି କିଛି ବୁଝିବା ଆଗରୁ ମାଟିରେ ମିଶିଗଲା ମନ୍ଦିର । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମନ୍ଦିର ପୂଜକ । ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା । ଅଗ୍ନିଶମ ବାହିନୀ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: