୨୨ ବେଳକୁ ଭୁବନେଶ୍ୱର ସମେତ ଆଭ୍ୟନ୍ତର ଓଡିଶାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଥିବ। ଶନିବାର ଭୁବନେଶ୍ୱରର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ତାପମାତ୍ରା ୩୭.୪ ଡିଗ୍ରୀ ରହିଥିଲା। ୨୦୧୬ରେ ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୪୦.୯ ଡିଗ୍ରୀ ରେକର୍ଡ ହୋଇଥିଲା।
ଅଧିକ ପଢନ୍ତୁ:ରେକର୍ଡ ଅତିକ୍ରମ କଲା ଫେବୃଆରୀ ମାସର ଦିନ ତାପମାତ୍ରା
୨୦୨୧ ଫେବ୍ରୁଆରୀ ୨୭ରେ ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରୀ ରହିଥିଲା। । ତେବେ ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିଥିଲା। ଆସନ୍ତା ୨୨ ସୁଦ୍ଧା ରାଜଧାନୀ ସମେତ ଆଭ୍ୟନ୍ତର ଓଡିଶାରେ ତାତି ଆହୁରି ବଢିବ। ଆଜିଠୁ ଉତ୍ତର ଭାରତରେ ତାପମାତ୍ରା ବୃଦ୍ଧି ପାଇବ।