ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଜଳୁଛି ସାରା ଓଡ଼ିଶା। ସବୁଠି ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ସାଢେ ୮ଟା ସୁଦ୍ଧା ସବୁ ସହରରେ ରେକର୍ଡ କରିଛି ତାପମାତ୍ରା।
ବାରିପଦା 38.4°C
ତାଳଚେର 37.8°C
ବାଲେଶ୍ୱର 36.6°C
କେନ୍ଦୁଝର 36.4°C
କଟକ 35.8°C
ଭଦ୍ରକ 35°C
ରାଉରକେଲା 35°C
ଭବାନୀପାଟଣା 34.8°C
ଭୁବନେଶ୍ୱର 34.6°C
ଝାରସୁଗୁଡା 34.6°C
ହୀରାକୁଦ 34.4°C
ଚାନ୍ଦବାଲି 34.2°C
ବଲାଙ୍ଗୀର 34°C
କେନ୍ଦ୍ରାପଡ଼ା 34°C
ଅନୁଗୁଳ 34°C
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ ଏଥର ଦେଖିବାକୁ ମିଳିଥିଲା ବଲିଉଡ ଅଭନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଜଲୱା । ଏକ ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର ଆସିଥିଲେ ସେ । ଅନ୍ତର୍ଜାତୀୟ ମଞ୍ଚରେ ଅଭିନେତ୍ରୀଙ୍କ ଏଭଳି ଲୁକ୍ ବେଶ ସୁନ୍ଦର ଦିଶୁଥିଲା ।
ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ନିକଟରେ ଐଶ୍ୱର୍ଯ୍ୟାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । ଏହାସତ୍ତ୍ବେ ବି ବଲିଉଡର ଏହି ୫୦ ବର୍ଷୀୟ ଅଭିନେତ୍ରୀ କାନ୍ସର ମଞ୍ଚରେ ଚମକିଛନ୍ତି । ତେବେ ମେ' ୧୪ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ମେ' ୨୫ ଯାଏ ଚାଲିବ। ଅତି ସୁନ୍ଦର ଦିଶୁଥିଲେ ଐଶ୍ବର୍ଯ୍ୟ। ତାଙ୍କ ଝିଅ ଏତେ ବଡ଼ ହୋଇଥିଲେ ବି ଏବେବି ସେତିକି ସୁନ୍ଦର ଦିଶୁଥିଲେ। ଆପଣ ବି ଦେଖିଲେ ଫ୍ୟାନ ହୋଇଯିବେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର