
ଗଞ୍ଜାମ : ହଟସ୍ପଟ ଜିଲ୍ଲା ଗଞ୍ଜାମରେ ଦିନକୁ ଦିନ ବିଗୁଡିଛି ସ୍ଥିତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ପାଖାପାଖି ଛୁଇଁଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ଗତ 9 ତାରିଖରୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ଜାରି ହୋଇଥିବା ସଟ ଡାଉନ ଆଜି ସରୁଛି।
କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ମହାନଗର ସମେତ ହିଞ୍ଜିଳିକାଟୁ ମୁନ୍ୟିସିପାଲଟି, ସମସ୍ତ ଏନଏସି ଅଞ୍ଚଳ ଓ ଜିଲ୍ଲାର 5ଟି ବ୍ଲକ ହେଡକ୍ୱାଟରରୁ ସଟ ଡାଉନ ଘୋଷଣା ହୋଇଥିଲା । ଏହି ସମୟ ଭିତରେ ଲୋକଙ୍କ ସ୍କ୍ରିନିଂ ଟେଷ୍ଟ କରାଯାଉଛି । ଯାହା ପାଇଁ 2 ଶହ ଟିମ ଗଠନ କରାଯାଇଛି ଏବଂ ପ୍ରତି ଟିମରେ ଜଣେ ଜଣେ ଡାକ୍ତର ରହିଛନ୍ତି । ଏହି ସଟ ଡାଉନ ସମୟ ଭିତରେ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ପରୀକ୍ଷା କରାଯାଉଛି ।

