ଚଳିତବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରା ଭୋଳଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି । ରାତିରେ ରହିବା ନିମନ୍ତେ ‘‘ରିଷିଆ ପ୍ରକୃତି ନିବାସ’’ର ବନ୍ଦୂସ୍ତ କରାଯାଇଛି । ୯ଟି ତମ୍ବୁ ଘର, ସାଙ୍ଗକୁ ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ଡ୍ୟାମରେ ବୋଟିଂର ଅନୁଭୂତି ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି ।
ନିଜର ବ୍ୟସ୍ତ ବହୁଳ ଜୀବନକୁ ଟିକିଏ ଫୁରୁସତ ଦେବା ସହ ପ୍ରିୟଜନ ସହିତ ଛୁଟି କଟାଇବାର ମଜା ଏଠାରେ ନେଇପାରିବେ ପର୍ଯ୍ୟଟକ । ପିକନିକ ସାଙ୍ଗକୁ ବଣଭୋଜିର ମଜା ଏଠାରେ ଖୁବ ନିଆରା । ପ୍ରକୃତିକୁ ଖୁବ ନିକଟରେ ପାଇଁ ପର୍ଯ୍ୟଟକ ଖୁବ ବିଭୋର ହେଉଥିବା ଦେଖିବାକୁ ମିଳିଛି ।
ଝରଣାର କୁଳୁକୁଳୁ ନାଦ, ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କିଚିରିମିଚୀର ସ୍ୱର, ଘଞ୍ଚ ଜଙ୍ଗଲ ସାଙ୍ଗକୁ ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଜ୍ରକାପ୍ତା, ମୟୂର ଇତ୍ୟାଦି ଜୀବଜନ୍ତୁ ଦେଖିବାକୁ ପାଇବେ । କୁଳଡିହା ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସୁବନ୍ଦବସ୍ତ କରାଯାଇଛି ବୋଲି କହିଛନ୍ତି ରେଞ୍ଜର ।