ଘର
ଓଡ଼ିଶା
ଗୁହାରୀ ଶୁଣିଲାଣି ପ୍ରଶାସନ, ଗ୍ରାମବାସୀ ତିଆରି କଲେ କାଠ ପୋଲ
ଗୁହାରୀ ଶୁଣିଲାଣି ପ୍ରଶାସନ, ଗ୍ରାମବାସୀ ତିଆରି କଲେ କାଠ ପୋଲ
by Banajyotshna Ray
ଅର୍ଗସ ବ୍ୟୁରୋ: ଦୀର୍ଘ ଏକ ବର୍ଷ ଧରି ପୋଲ ନିର୍ମାଣ ପାଇଁ ସରକାରଙ୍କ ପଛରେ ଘୁରି ବୁଲିଲେ ଗ୍ରାମବାସୀ । କିନ୍ତୁ କେହିବି ଶୁଣିଲେ ନାହିଁ । ଶେଷରେ ଗ୍ରାମବାସୀ ନିଜ ଗ୍ରାମକୁ ଯାତାୟାତ ସୁବିଧା ପାଇଁ କାଠ ପୋଲ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଦୁର୍ଗମ ମାଣ୍ଡାଇମରା ଗ୍ରାମ ପଞ୍ଚାୟତର ସାରାଲାପଦରରେ। ଗାଆଁ କୁ ଯିବାକୁ ହେଲେ ଦୀର୍ଘ 3 କିଲୋମିଟର ମାଟି ଓ ଖାଲ ଖମା ରାସ୍ତା ଦେଇ ଯିବାକୁ ପଡ଼େ । ସେଥିରେ ପୁଣି ଏକ ପାହାଡି ଝରଣା । ଝରଣା ଉପରେ ପୋଲ ଟେ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅନେକ ଗ୍ରାମବାସୀ । ବାରମ୍ବାର ଏ ନେଇ ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଆସିଛନ୍ତି । ଏପରିକି ତତ୍କାଳିନ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ଙ୍କୁ ମଧ୍ୟ ଅଭିଯୋଗ ଦେଇଛନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଶ୍ରମ ଦାନ କରି ନିଜେ ଏହି ପୋଲ ନିର୍ମାଣ କରିଛନ୍ତି ।
ଅନେକ ସମୟରେ ଦୈନଦିନ ହାଟ ବଜାର,ସ୍କୁଲ କଲେଜ ଓ ମେଡିକାଲ୍ ଯିବାକୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଖରାଦିନେ ଯେଣେ ତେଣେ ଚଳି ଯାଉଥିଲା । କିନ୍ତୁ ଏହି ବର୍ଷା ଦିନେ ହାଲତ ପୁରା ଖରାପ । ନା ଚାଲିକି ଯାଇ ପାରୁଥିଲେ ନା ଗାଡ଼ି ରେ ଯାଇ ପାରୁଥିଲେ ।ଏପରିକି ରୋଗୀ ଙ୍କୁ ନେବାକୁ ହେଲେ ବୋହିକୀ ନେଉଥିଲେ । ତେବେ ବାଧ୍ୟ ହୋଇ କାତି କୁରାଢି ଧରି ସଜବାଜ ହେଲେ ଓ ନିର୍ମାଣ କଲେ ଏହି ପୋଲ । 24 ବର୍ଷର ବିଜେଡି ସରକାର ସୁଣିଲାନି ଗୁହାରି । ବୁଝିଲାନି ଦୁର୍ଗମ ବାସୀଙ୍କ ଦୁଃଖ । ସୁଧରିଲେନି ଦୁର୍ଗମ ବାସୀଙ୍କ ସମସ୍ୟା । ଆଶା ବାନ୍ଧିଛନ୍ତି ବିଶ୍ୱାସ ରଖିଛନ୍ତି ଡବଲ ଇଞ୍ଜିନ ସରକାର ଉପରେ । ବଦଳିବ ଗ୍ରାମର ଚିତ୍ର । ଦୁରେଇବ ଦୁର୍ଗମବାସୀଙ୍କ ଦୁଃଖ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: