ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରା ମାଡ଼ରେ ଯୁବକଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଯୁବକ ହେଉଛନ୍ତି କାକରୁଦ୍ରପୁରର ସିପୁନ୍ ପଣ୍ଡା । ଖସି ଯାଉଥିବା ବେଳେ ଖସି ବାଲିଅନ୍ତା ପୋଲିସ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ।
ଲୁଟ୍ ଉଦ୍ୟମ ବିଫଳ ପରେ ଯୁବକଙ୍କୁ ଛୁରାମାଡ

ଭୁବନେଶ୍ୱର: ଲୁଟ୍ ଉଦ୍ୟମ ବିଫଳ ପରେ ଯୁବକଙ୍କୁ ଛୁରାମାଡ କଲେ ଲୁଟେରା । ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କଲେ। ବିରୋଧ କରିବାରୁ ଯୁବକଙ୍କ ପେଟକୁ ଛୁରୀରେ ଭୁସୀ ଦେଲେ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା କାକରୁଦ୍ରପୁରରେ । ଗୁରୁବାର ବିଳମ୍ବିତ ରାତ୍ରିର ମୋବାଇଲ୍ ଲୁଟିବାକୁ ଆସିଥିବା ୨ ଜଣ ଲୁଟେରାଙ୍କ ଛୁରାମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
