ମୃତ ଯୁବକ ବଡ଼ବିଲ ଥାନା ଠାକୁରାଣୀ ଅଞ୍ଚଳର ସ୍ଵପ୍ନେଶ୍ୱର ନାଏକ। ସ୍ଵପ୍ନେଶ୍ୱର ନିଜ ଘରେ ଛିଡିଯାଇଥିବା ବିଦ୍ୟୁତ୍ ତାର ଦୁଇଟିକୁ ସଂଯୋଗ କରୁଥିବା ସମୟରେ ତାଙ୍କୁ କରେଣ୍ଟ ଲାଗିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦୁଝର: ବିଦ୍ୟୁତ୍ ତାର ସଂଯୋଗ କରୁଥିବାବେଳେ ଘଟିଗଲା ଅଘଟଣ । ବିଦ୍ୟୁତ୍ ଆଘାତ ଲାଗି ଯୁବକଙ୍କ ଚାଲିଗଲା ଜୀବନ ।
ମୃତ ଯୁବକ ବଡ଼ବିଲ ଥାନା ଠାକୁରାଣୀ ଅଞ୍ଚଳର ସ୍ଵପ୍ନେଶ୍ୱର ନାଏକ। ସ୍ଵପ୍ନେଶ୍ୱର ନିଜ ଘରେ ଛିଡିଯାଇଥିବା ବିଦ୍ୟୁତ୍ ତାର ଦୁଇଟିକୁ ସଂଯୋଗ କରୁଥିବା ସମୟରେ ତାଙ୍କୁ କରେଣ୍ଟ ଲାଗିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ: ମଦ୍ୟପ ଯୁବକଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ । ବାଙ୍କୀ ଥାନା ସାହାଡ଼ାପଦା ଗାଁରେ ଶିଲୁ ସ୍ୱାଇଁ ନାମକ ଯୁବକ ସେହି ଗାଁ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବାଙ୍କୀ ଡ଼ାକ୍ତର ଖାନା ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଶିଲୁ ସ୍ୱାଇଁ ନାଁରେ ମଦ୍ୟ ପାନ କରି ଗାଳି ଗୁଲଜ କରିବା ସହିତ ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା ।
ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନେ ନେଇ ନଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଉଠିଯିବାକୁ ଧମକ ଦେଉଛନ୍ତି ବାଙ୍କୀ ଥାନା ଅଧିକାରୀ ଶିବ ଚରଣ ବେହେରା । ସେପଟେ ଅଭିଯୁକ୍ତ ଶିଲୁ ସ୍ବାଇଁଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର