ପ୍ରଥମେ ଯୁବତୀଙ୍କୁ କମେଣ୍ଟ କଲେ, ପରେ ଯୁବତୀଙ୍କ ଆଗରେ ସହଯୋଗୀଙ୍କ ସହ ମିଶି ପରିଶ୍ରା କଲେ । ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କୁ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଥାନାକୁ ଡାକି ହଇରାଣ କରିଥିବା ସଙ୍ଗିନ ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଘଟଣାକୁ ୧୦ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଧରିପାରୁନି ପୋଲିସ । ଅଭିଯୁକ୍ତମାନେ ବାହାରେ ବୁଲୁଥିବାରୁ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବତୀ । ଯୁବତୀ ଓ ମହିଳାମାନଙ୍କ ପ୍ରତି କମିସନରେଟ ପୋଲିସର ଏଭଳି ଉଦାସୀନତାକୁ ଚାରି ଆଡୁ ନିନ୍ଦା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏପର୍ଯ୍ୟନ୍ତ କର୍ପୋରେଟରଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି କମିଶନରେଟ୍ ପୋଲିସ ? ବିଜେଡି କର୍ପୋରେଟଙ୍କ ସ୍ବାମୀ ବୋଲି କଣ ତାଙ୍କ ପାଇଁ ଆଇନ ଅଲଗା କି ?