ଟୋକନ ରିଜେନେରେଟ କରିବା ଦାବିରେ ଚାଷୀମାନେ ଧାରଣା ଦେଇଛନ୍ତି। ପରିଶ୍ରମ କରି ଚାଷୀ ସୁନାର ଫସଲ ଫଳାଇଥିବା ବେଳେ ବର୍ଷାରେ ଭିଜି ଧାନରୁ ଗଜା ବାହାରିଲାଣି। ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ତେଣୁ ମଣ୍ଡିରୁ ଧାନ ଉଠାଇବା ପାଇଁ ଜୋର ଧରିଛି ଦାବି। ରାସ୍ତାରୋକ ଯୋଗୁ ଗାଡି ମୋଟର ଚଳାଚଳ ବନ୍ଦ ରହିଛି।
ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ, ଆନ୍ଦୋଳନରେ ବସିଛନ୍ତି ଶତାଧିକ ଚାଷୀ

କଳାହାଣ୍ଡି: ଥମୁନି ଚାଷୀ ଦୁର୍ଦ୍ଦଶା। ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ। ଯାହାର ପ୍ରତିବାଦରେ ଶତାଧିକ ଚାଷୀ ଆନ୍ଦୋଳନରେ ବସିଛନ୍ତି। କଳାହାଣ୍ଡିରେ ଗୁନଗୁନିଆ ଛକ ନିକଟରେ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ଅଧିନରେ ୮ଟି ମଣ୍ଡିର ଚାଷୀ ଏଥିରେ ସାମିଲ ହୋଇଛନ୍ତି।
Download Argus News App
