ଭଦ୍ରକ ପଟୁ 100 ରୁ ଉର୍ଧ୍ବ ଗୋରୁ ବୋଝେଇ କରି ପଶ୍ଚିମବଗଂ ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳୁଛି ।
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଇ 30 ଫୁଟ ତଳକୁ ଖସି ପଡିଲା ଗୋରୁ ବୋଝେଇ କଣ୍ଟେନର । 35 ରୁ ଅଧିକ ଗୋରୁ ମୃତ ହେବାସହ 3 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ 3 ଜଣ କଣ୍ଟେନର ତଳେ ଫସି ରହିଥିବା ସୂଚନା ରହିଛି ।
ଭଦ୍ରକ ପଟୁ 100 ରୁ ଉର୍ଧ୍ବ ଗୋରୁ ବୋଝେଇ କରି ପଶ୍ଚିମବଗଂ ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳୁଛି ।
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର୍ ଜଗବନ୍ଧୁ ପାଢୀ। ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢ଼ାଉ । ଅବସର ପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ। ସୁନାମସାହି ଓ ଆସିକା ବସଷ୍ଟାଣ୍ଡରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ ।
ସାହିର ଜଗବନ୍ଧୁ ପାଢ଼ୀ ଘରେ ଚଢ଼ାଉ ହେଉଥିବା ସୂଚନା। ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ 10 ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି। ହେଲେ ଚଢ଼ାଉ ର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ଆୟ ବହିର୍ଭୁତ ସମ୍ପତି ଅଭିଯୋଗ ରେ ପୂର୍ବରୁ ଜଗବନ୍ଧୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ସତ୍ୟବାଦୀ ଭଣ୍ଡାରୀ ଦଣ୍ଡା ଗ୍ରାମରେ ଅଜଣା ଜନ୍ତୁକୁ ଦେଖି ଆତଙ୍କିତ ଲୋକେ। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଭୋର 4 ଟା ସମୟରେ ଗ୍ରାମର ଜୈନିକ ମହିଳା ରଙ୍ଗଳତା ବରାଳ ଶୌଚ ହେବା ପାଇଁ ବାଡ଼ି ପଟକୁ ଯିବା ସମୟରେ ଏହି ଜନ୍ତୁ ତାଙ୍କୁ ଆକ୍ରମଣ କରିଥିଲା। ସେ ଭୟରେ ଚିତ୍କାର କରି ଗ୍ରାମବାସୀ ଙ୍କୁ ଡାକିଥିଲ। ପରେ ଗ୍ରାମବାସୀ ଙ୍କ ଦ୍ୱାରା ଏହି ଜନ୍ତୁ କୁ କାବୁ କରାଯାଇ ସ୍ଥାନୀୟ ଅଙ୍ଗନ ବାଡ଼ି କେନ୍ଦ୍ର ରେ ରଖାଯାଇଛି।
ଏହାକୁ ଦେଖିବାକୁ ଆଖ ପାଖ ଅଂଚଳ ଲୋକଙ୍କ ଭିଡ଼ ଜମିଛି। ବନ ବିଭାଗ କୁ ଏନେଇ ଖବର ଦିଆ ଯାଇଛି। ତେବେ ଏହି ଜୀବ ଟିର ନାମ ହନି ବ୍ୟାଜର୍ ବୋଲି କୁହାଯାଉଛି। ଏହି ହନି ବ୍ୟାଜର୍ (ମେଲିଭୋରା କ୍ୟାପେନସିସ୍), ଯାହାକୁ ରେଟେଲ୍ ମଧ୍ୟ କୁହାଯାଏ। ଆଫ୍ରିକା, ଦକ୍ଷିଣ-ପଶ୍ଚିମ ଏସିଆ ଏବଂ ଭାରତୀୟ ଉପମହାଦେଶରେ ବିସ୍ତୃତ ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହାର ବ୍ୟାପକ ପରିସର ଏବଂ ବିଭିନ୍ନ ବାସସ୍ଥାନରେ ଘଟିଥିବାରୁ ଏହା UCN ରେଡ୍ ତାଲିକାରେ ସର୍ବନିମ୍ନ ଚିନ୍ତା ଭାବରେ ତାଲିକାଭୁକ୍ତ । ମେଲିଭୋରା ବଂଶ ଏବଂ ମୁଷ୍ଟିଲିଡ୍ ସବଫ୍ୟାମିଲି ମେଲିଭୋରିନାରେ ଏହା ଏକମାତ୍ର ଜୀବନ୍ତ ପ୍ରଜାତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଧଳା ରଙ୍ଗର ପୋଷାକ ପିନ୍ଧି ଅଭିନେତା ଜଣେ ଆଦର୍ଶ ମଣିପୁରୀ ବର ପରି ଦେଖାଯାଉଥିଲେ।
#WATCH मणिपुर: अभिनेता रणदीप हुडा और लिन लैशराम आज इंफाल में पारंपरिक मैतेई रस्मों-रिवाज के साथ शादी के बंधन में बंध रहे हैं। https://t.co/UfI5AAkct8 pic.twitter.com/AkQVqEiduR — ANI_HindiNews (@AHindinews) November 29, 2023
ଫଟୋ ଏବଂ ଭିଡିଓରେ ତାଙ୍କୁ ପରିବାର ଏବଂ ସମ୍ପର୍କୀୟ ମାନେ ଘେରି ରହିଥିବାର ନଜର ଆସିଥିଲେ। ବିବାହ ସମାରୋହରେ ଲିନ ପାରମ୍ପରିକ ମଣିପୁରୀ କନ୍ୟା ବେଶରେ ନଜର ଆସିଛନ୍ତି। ଥିଏଟରରେ ଲିନ ଏବଂ ହୁଡା ପ୍ରଥମଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
ଦୁହିଁଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାରର ସଦସ୍ୟ ସାମିଲ ଥିଲେ। ପରେ ସେମାନେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ କରିବେ। ବିବାହରେ ମଣିପୁରର ଷ୍ଟ୍ରିଟ ଫୁଡ ମଧ୍ୟ ରହିଥିଲା। ଗତକାଲି ରାତିରେ ସେମାନଙ୍କ ଅନେକ ବିବାହବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର