ଅଧିକ ପଢନ୍ତୁ : ନବ ଝଡ଼ରେ ବିଧାନସଭା ଅଚଳ
ଦୁଇଟି ପର୍ଯ୍ୟାୟ ଅଧିବେଶନରେ ବିରୋଧିଙ୍କ ନବ ହତ୍ୟା ପ୍ରସଙ୍ଗ ସରକାରଙ୍କ ଅକଲଗୁଡୁମ କରିଦେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବାରମ୍ବାର ଗୃହ ମୁଲତବୀ ସହ ଅଚଳାବସ୍ଥା ଜାରି ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ CBI ଓ SIT ତଦନ୍ତ ଦାବିରେ ବଡି ବସିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଏଥର ବିରୋଧୀଙ୍କୁ କେମିତି ମୁକାବିଲା କରୁଛି ଶାସକ ଦଳ ବିଜେଡି ତାହା ଉପରେ ନଜର ରହିଛି।