ବିଧିପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ରହିଛି ଦଇତା ପ୍ରବେଶ। ବଡସିଂହାର ବେଶ ପରେ ପହୁଡ ଆଳତୀ, ଶ୍ରୀମୁଖ ଖଣ୍ଡୁଆ ଓ ତାପରେ ଦଇତା ସେବକଙ୍କ ଦ୍ୱାରା ବାହୁଟ କଣ୍ଟ ନିତି କରାଯିବ। ତାପରେ କୋଠସୁଆଁସିଆ ଗର୍ଭଗୃହକୁ ପ୍ରବେଶ କରି ଚାରମାଳ ବନ୍ଧା ନିତି ସମ୍ପାଦନ କରିବେ। ପରେ ଦଇତାପତିଙ୍କ ଦ୍ୱାରା ସେନାପଟା ଲାଗି ନିତି କରାଯିବା ନେଇ ନିତିନିର୍ଘଣ୍ଟ କରାଯାଇଛି। ସେପଟେ ସେନାପଟା ଲାଗି ପାଇଁ ଗତକାଲି ରାତିରେ ସାକ୍ଷୀଗୋପାଳରୁ ଚାରୋଟି ବୋଉଳକାଠ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି।
ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ

ପୁରୀ: ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନିତି । ଆଜି ଚମ୍ପକ ଦ୍ଵାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡାମ୍ବରରେ ସମ୍ପର୍ଣ୍ଣ ହେବ । ପାଲିଙ୍କିରେ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ନଗର ପରିକ୍ରମାରେ ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଞ୍ଚଗ୍ରାସ ନୀତି ରହିଛି । ଏହି ସମୟରେ ଶହ ଶହ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହେବେ। ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରାୟ 39ଟି ନିତି ରହିଛି।
Download Argus News App
