ଅଧିକ ପଢ଼ନ୍ତୁ: କାହିଁକି ନବ ଦାସଙ୍କୁ ଗୁଳି ମାରି ହତ୍ୟା କଲା ଗୋପାଳ ?
ଗୋପାଳକୁ ଝାରସୁଗୁଡା JMFC କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । କୋର୍ଟଙ୍କ ଅନୁମତି ପରେ ଗୋପାଳର ପଲିଗ୍ରାଫ ଓ ନାରକୋ ଟେଷ୍ଟ ପାଇଁ ଗୁଜରାଟର ଗାନ୍ଧିନଗର ନେଇଥିଲା କ୍ରାଇମବ୍ରାଞ୍ଚ । ସେପଟେ ପଲିଗ୍ରାଫ୍ ଟେଷ୍ଟ, ନାର୍କୋ ଟେଷ୍ଟ ସରିଥିବା ବେଳେ ଏଯାଏ ହତ୍ୟା ପଛର କାରଣ ଖୋଜି ପାଇନି କ୍ରାଇମବ୍ରାଞ୍ଚ । ତେଣୁ ବୋଥ୍ରା ଆଣ୍ଡ ଟିମ୍ ର କାର୍ଯ୍ୟଶୈଳିକୁ ନେଇ ଉଠିଛି ପ୍ରଶ୍ନ । ତା ଭିତରେ ସନ୍ଦେହ ବଢୁଛି ଗୋପାଳର ନାର୍କୋ ଟେଷ୍ଟକୁ ନେଇ । ଏକ୍ସପର୍ଟଙ୍କ କହିବା କଥା ଗୋପାଳର ନାର୍କୋଟେଷ୍ଟର କିଛି ମାନେ ନାହିଁ ।
ଯଦି ବାଇପୋଲାର ଡିଜଅର୍ଡର ପାଇଁ ଗୋପାଳ ରେଗୁଲାର ମେଡିସିନ୍ ନେଉଥିବା ତାହା ହେଲେ ଟେଷ୍ଟ କେତେ ଫଳପ୍ରଦ ହୋଇଥିବା ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ଗୋପାଳ ଟେଷ୍ଟ ସମୟରେ ଯାହା କହିଥିବ ସବୁ ଯେ ସତ, ସେ ଗ୍ୟାରେଣ୍ଟି ବି ନାହିଁ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ