ଏହାସହ ସମସ୍ତ ବିଧାୟକ, ସାଂସଦ, ପଦାଧିକାରୀ, ସାଧାରଣ ସମ୍ପାଦକ, ଉପସଭାପତି, ଜିଲ୍ଲା ସଭାପତି ଓ ପ୍ରଭାରୀ, 2019ରେ ନିର୍ବାଚନ ଲଢିଥିବା ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନେ ଉପସ୍ଥିତ ହେବେ । ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ମୋଟ 15ଟି ସେସନ ରହିଥିବା ବେଳେ ଗତକାଲି 5ଟି ସେସନ ସରିଛି । ଏବଂ ଆଜି 6ଟି ସେସନରେ ବିଭିନ୍ନ ଦିଗକୁ ନେଇ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆଉ 15 ତାରିଖ ଅର୍ଥାତ ଶେଷ ଦିନ 4ଟି ସେସନରେ ଦଳର କର୍ମକର୍ତ୍ତା ମାନଙ୍କୁ ତାଲିମ ମିଳିବ । 2024 ସାଧାରଣ ନିର୍ବାଚନ ପାଇଁ ମିଶନ ମୋଡ଼ରେ ବିଜେପି ।
ଓଡିଶାରେ ସରକାର ଗଠନ ପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛି ଦଳ । ସାଙ୍ଗଠନିକ ସ୍ଥିତି ମଜବୁତ କରିବା ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଯୋଜନାର ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଶିବିରରେ ମନ୍ତ୍ର ଦେଉଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ ।