ଏହି ମେଳାରେ ଆମ ରାଜ୍ୟର ଏମଏସଏମଇ ପକ୍ଷରୁ ୬୦ ଟି ଷ୍ଟଲ ପ୍ରତିଷ୍ଠା କରାଯାଇଛି। କିଣାକିଣି ପାଇଁ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ସୁସ୍ବାଦ ଖାଦ୍ୟ ପାଇଁ ଫୁଡ୍ କୋର୍ଟ ଖୋଲାଯାଇଛି। ପିଲାମାନଙ୍କ ପାଇଁ ଦୋଳି,ନାଚଗୀତର ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ମେଳା ୧୦ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତିଦିନ ଅପରାହ୍ନ ୪ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକମାନେ ଏଠାକୁ ଆସି ମଜା ନେଇ ପାରିବେ । ଏଥର ବୈଶାଖୀ ମେଳାରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ।
ବର୍ତ୍ତମାନ ପିଲାଙ୍କ ପରୀକ୍ଷା ଶେଷ ହୋଇଥିବା ଯୋଗୁଁ ଏହି ବୈଶାଖୀ ମେଳା ଆହୁରି ଜମିବ ବୋଲି ଆଶା ରଖିଛନ୍ତି ଆୟୋଜକ।
ଅଧିକ ପଢ଼ନ୍ତୁ ଓଡିଶା ଖବର: