ଟୁର୍ଣ୍ଣାମେଣ୍ଟ ରେ ଶେଷ ତଥା ଫାଇନାଲରେ ଜାମୁଡ଼ିହା ର୍ ବେଙ୍ଗଲ ଟାଇଗର ଓ ବାଲେଶ୍ଵରର୍ କାଲିବାନ ଏସ.ଜି. ମଧ୍ୟରେ ଲଢ଼େଇରେ ବେଙ୍ଗଲ ଟାଇଗର ବିଜୟୀ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥିଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସମାଜସେବୀ ସବ୍ୟସାଚୀ ମହାପାତ୍ର(ଟୁବ୍ଲୁ) ଓ ଜଡିଦା ସରପଞ୍ଚ ରଞ୍ଜିତା ଦଣ୍ଡପାଟ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ମାନଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟରେ ତାଳେ ତାଳେ ସ୍ୱାଗତ କରାଯାଇଥିଲା। ଚାମ୍ପିୟନ ଟିମକୁ ୩୦ ହଜାର ଟଙ୍କା ଓ ରନର୍ସ ଅଫ ଟିମକୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଅତିଥି ଦ୍ୱାରା ପ୍ରଦାନ କରାଯାଇଛି।
ଦୁଇଦିନିଆ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ନୀଳଗିରିର୍ ପୋଡାଶୁଳରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପୋଡାଶୁଳ ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ୧୧ ତମ ଦୁଇ ଦିନିଆ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର୍ ୧୬ ଟି ଟିମ ଅଂଶଗ୍ରହଣ କରିଥିଲେ।
Download Argus News App
