୨ଜଣ ମୋବାଇଲ ଲୁଟେରା ଯାଜପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସିମୁଳିଆ ଥାନା ଅଧିନ ବାଟି ଗାଁର ମାନସ ଦାସ ନାମକ ଯୁବକ ମାର୍କୋଣା ବଜାରରେ ଏକ ଫଳ ଦୋକାନ ଆଗରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ଏକ ପଲସର ବାଇକ ଯୋଗେ ଆସି ସେହିଠାରେ ବାଇକଟିକୁ ତଳେ ପକାଇ ଦେଇ ଉଠେଇବାକୁ କହିଥିଲେ ।
ମାନସ ବାଇକଟିକୁ ଉଠାଇବା ସମୟରେ ଜଣେ ଯୁବକ ତାଙ୍କ ପକେଟରୁ ମୋବାଇଲଟିକୁ କାଢି ନେଇଥିଲେ । ତେବେ ସ୍ଥାନୀୟ ଲୋକେ ଦେଖି ଦୁଇ ଲୁଟେରାଙ୍କୁ କାବୁ କରି କରିବା ସହ ନିର୍ଧୁମ ଛେଚିଥିଲେ ।