ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଅଟୋ ଯୋଗେ ରାଇରଙ୍ଗପୁର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଘଟଣାଟି ଆଜି ସକାଳ୯ ଟା ପାଖାପାଖି ସମୟରେ ଘଟିଥିଲା। ସେଠାରେ ସ୍ଥାନୀୟ ପୋଲିସ ପହଚିଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ମୟୂରଭଞ୍ଜ: ସଡକ ର୍ଦୁଘଟଣାରେ ଦୁଇ ଗୁରୁତର।ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବଡବନ୍ଧ ନିକଟରେ ଘଟିଛି ର୍ଦୁଘଟଣା । ସୂଚନା ଅନୁସାରେ ଏକ କାର ଓ ଵାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ତଳେ ପଡିଯାଇଥିଲେ ।ଗୁରୁତର ମାନେ ହୋଉଛନ୍ତି ସୁଲାଇପାଟ ଅଂଚଳର ଫକିର ପାତ୍ର ଏବଂ ମହିଳା ମଂଜୁଲତା ପାତ୍ର ।
ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଅଟୋ ଯୋଗେ ରାଇରଙ୍ଗପୁର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଘଟଣାଟି ଆଜି ସକାଳ୯ ଟା ପାଖାପାଖି ସମୟରେ ଘଟିଥିଲା। ସେଠାରେ ସ୍ଥାନୀୟ ପୋଲିସ ପହଚିଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଡେଙ୍ଗୁ ରୋଗ ପାଇଁ ଏହା ହେଉଛି ରାମ ଵାଣ ହୋଇଥାଏ । ଡେଙ୍ଗୁ ମଶାରୁ ବହୁର କ୍ଷତିକାତକ ରୋଗ ହୋଇଥାଏ। ଡେଙ୍ଗୁ ରୋଗ ହେଵା ଦ୍ଵାରା ମଣିଷ ଶରୀରରେ ପଟଲେଟ୍ସର ସ୍ତର କମିଥାଏ । ତାହା କମିଯିବା ଦ୍ଵାରା ରକ୍ତ ସଂଚାଳନ ହେଵାର ଅନେକ ଅସୁଵଧାଵା ହୋଇଥାଏ ।
ତେଵେ ଆସନ୍ତୁ ଜାଣିଵା ସେଇ ସଵୁ ଫଳ ସଵୁ ବିଷୟରେ ଯାହା ଡେଙ୍ଗୁ ହେଲେ ଖାଇବା ଦ୍ଵାରା ଅନେକ ଫାଇଦା ମିଳିଥାଏ ।
କିଓ୍ବି:- ଡେଙ୍ଗୁ ରୋଗ ହେଲେ ଏହି ଫଳ ଖାଇଵା ଆଵଶ୍ୟକ । କିୱି ଖାଇଵା ଦ୍ଵରା ହଜମ ଶକ୍ତିକୁ ମଜୁବୁତ ହୋଇଥାଏ ତାହା ସହ ଶରୀରରେ ଜଲଦି ପେଟଲଟ୍ସ ସ୍ତରକୁ ଵଢାଇଥାଏ ।
ଡାଳିମ୍ଵ :- ଏହି ଫଳ ଖାଇଵା ଦ୍ଵାରା ଶରୀରରେ ଏଣ୍ଟିଅକସାଇଡ ସ୍ତର କମ ଥିଲେ ତାହା ପୂରଣ ହୋଇଥାଏ ।
କଦଳୀ:-କଦଳୀ ଖାଇଵା ଦ୍ଵାରା ଶରୀରରେ ଆଇରନ ମାତ୍ରା ଵଢିଥାଏ । ଏହା ଵଢିଵା ଦ୍ଵାରା ଡେଙ୍ଗୁ ରୁ ମିକ୍ତି ମିଳିଥାଏ ।
ପପେୟା :-ଡେଙ୍ଗୁ ରୋଗରେ ପପେୟା ଖାଇଵା ଦ୍ଵାରା ମଧ୍ୟ ଅନେକ ଲାଭ ମିଳିଥାଏ । ତାହା ସହ ଖାଲି ଫଳ ନୁହଁ ବରଂ ତା ପତ୍ର ମଧ୍ୟ ଦେହ ପାଇଁ ବହୁର ଭଲ ହୋଇଥାଏ
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ଅର୍ଗସ ବ୍ୟୁରୋ: ଏବେ ଟିଭି ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ ଖୁସି କହିଲେ ନ ସରେ। କାରଣ ରୂପାଲି ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି । ରୂପାଲି ବିଜେପିରେ ସାମିଲ ହୋଇଛନ୍ତି । ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୂପାଲି ଗାଙ୍ଗୁଲି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ସହ ରୂପାଲି କହିଛନ୍ତି, ବିକାଶର ମହାଯଜ୍ଞ ଦେଖିବା ପରେ ମୋତେ ଅନୁଭବ ହେଲା ଯେ ଏଥିରେ ସାମିଲ ହେବା ଆବଶ୍ୟକ । ମୋତେ ସମସ୍ତଙ୍କର ଆଶୀର୍ବାଦ ଆବଶ୍ୟକ । ଯାହା ବି କରିବି ତାହା ଠିକ୍ ଓ ଭଲ ହେଉ ବୋଲି ରୂପାଲି କହିଛନ୍ତି । ରୂପାଲି ବିଜେପିରେ ମିଶୁଥିବାରୁ ତାଙ୍କ ଅନସ୍କ୍ରିନ ବୋହୂ ମାନେ ନିଧି ଶାହ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ବହୁତ ବଡ଼ ଖବର ବୋଲି କହିଛନ୍ତି।
#WATCH | Actress Rupali Ganguly joins BJP at the party headquarters in Delhi. pic.twitter.com/CjRafwFd3W — ANI (@ANI) May 1, 2024
ଅନୁପମା ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରୂପାଲିଙ୍କୁ ଦର୍ଶକ ବେଶ ପସନ୍ଦ କରନ୍ତି। ଏହି ସିରିଏଲ ରୂପାଲିଙ୍କ ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଛି । ଫିଲ୍ମ ନିର୍ଦ୍ଦେଶକ ଅନିଲ ଗାଙ୍ଗୁଲିଙ୍କ ଝିଅ ହେଉଛନ୍ତି ରୁପାଲି ଗାଙ୍ଗୁଲି । ମାତ୍ର ୭ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ରୂପାଲି ୨୦୦୩ରେ ସଞ୍ଜିବନୀ ସିରିଏଲରୁ ଦର୍ଶକଙ୍କ ମଧ୍ୟରେ ଅଧିକ ପରିଚିତ ହୋଇଥିଲେ । ଏହାପରେ ବିଗବସ୍ ସିଜିନ-୧ରେ ଭାଗ ନେଇଥିଲେ ରୂପାଲି । ୨୦୧୩ରେ ପରବରିଶ ସିରିଏଲରେ ଅଭିନୟ କରିବା ପରେ ୭ ବର୍ଷ ଯାଏଁ ବ୍ରେକ ନେଇଥିଲେ । ଏହାପରେ ଅନୁପମା ସିରିଏଲ ଜରିଆରେ ଟେଲି ଦୁନିଆରେ ପୁଣିଥରେ ଏଣ୍ଟ୍ରି ମାରିଥିଲେ ରୂପାଲି ।
ରୂପାଲି ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ପ୍ରଂଶସକ । ଅନେକ ସମୟରେ ମୋଦିଙ୍କୁ ପ୍ରଂଶସା କରନ୍ତି ରୂପାଲି । ଏପରିକି କିଛି ଦିନ ପୂର୍ବରୁ ମୋଦିଙ୍କୁ ଭେଟିବା ପରେ ରୂପାଲି କହିଥିଲେ, ମୋ ପାଇଁ ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ଷ୍ଟାର । ଯିଏ ଭାରତକୁ ବିକାଶର ଏକ ନୂଆ ଶିଖରରେ ପହଞ୍ଚାଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି ବାପାର ଭୂଜାଲି ଚୋଟରେ ଚାଲିଗଲା ପୁଅର ଜୀବନ l ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମର ମାଧବାନନ୍ଦ ବାରିକ(୬୦) ଏବଂ ପୁଅ ଶଙ୍କର୍ଷଣ ବାରିକ(୪୦)ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗିରହିଥିଲା ବେଳେ ଆଜି ଏହାର କରୁଣ ପରିଣତି ଦେଖିବାକୁ ମିଳିଛି l
ସୂଚନା ଅନୁଯାୟୀ ପାରିବାରିକ କଳହକୁ ନେଇ ଆଜି ଉଭୟ ବାପା ପୁଅଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ଫଳରେ ବାପାର ଭୁଜାଲୀ ଚୋଟରେ ପୁଅ ଶଙ୍କର୍ଷଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଗୁରୁତର ଅବସ୍ଥାରେ ବାପା ମାଧବାନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ବନ୍ତ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର