ସୋରଡାରୁ ଶାହଙ୍କ ଜୋରଦାର ହମଲା । ସଭାରେ ଆସୁ ଆସୁ ଜୋଶ୍ ଭରିଛନ୍ତି ଶାହ । ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେଲେ । ନବୀନ ସରକାର ଆଉ ଆସିବାର ନାହିଁ ବୋଲି କହିଲେ । ବହୁତ ଦିନ ହୋଇଗଲା ବିଜେଡି ଶାସନକୁ, ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି ଦୋହରାଇଛନ୍ତି ଅମିତ୍ ଶାହ ।
କଂଗ୍ରେସ ଉପରେ ବର୍ଷି ଶାହ କହିଛନ୍ତି, ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ, ମନ୍ଦିର କଲେ । ନବୀନ ସରକାର ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ । ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡ଼ିଶା ଲୋକ କ୍ଷମା ଦେବେନି । ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା, ୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କଲେ । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି । ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ । ନବୀନଙ୍କ ସରକାରଙ୍କୁ ଠେଲା ସରକାର ବୋଲି କହି ସଭାରେ ବର୍ଷିଛନ୍ତି ଶାହ । ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ । ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିଯିବ ବୋଲି କହିଲେ ।
ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି ବୋଲି ଦୃଢୋକ୍ତି ବାଢ଼ିଲେ ଶାହ । ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି । ଚାଷୀଙ୍କ ଦୁର୍ଦ୍ଦଶା ବଖାଣିବାକୁ ଯାଇ କହିଛନ୍ତି, ଓଡ଼ିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ । ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି । ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ । ସେହିପରି, ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା ବୋଲି ପ୍ରଶ୍ନ କରିଛନ୍ତି ।
ମୋଟ୍ ଉପରେ ଶାହଙ୍କ ଜୋରଦାର ଆକ୍ରମଣରେ ଥରହର ହେଲାଣି ବିଜେଡି । ଘନଘନ ତୁଙ୍ଗ ନେତା ଏମିତି ପ୍ରଚାର କରୁଥିବାରୁ ଉତ୍ତର ଦେବାକୁ ବାଟ ପାଉନି ବିଜେଡି ।